ଆଦର୍ଶ ଶିକ୍ଷକଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅଧିନ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଯାଗର ରାଉତଙ୍କ ଦ୍ୱାଦଶାହ ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତାଙ୍କ ପଟକୁରାସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଦାମୋଦର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାକୁ ଛାତ୍ର ମଦନମୋହନ ବେହେରା ସଞ୍ଚାଳନ କରିଥିଲେ । ଏହି ସଭାରେ ସ୍ୱର୍ଗତ ସାହୁଙ୍କ ସାଥି ଧ୍ରୁବ ଚରଣ ଦାସ, ହରେକୃଷ୍ଣ ଦାସ, ଡା. ବିଶ୍ୱପ୍ରକାଶ କାନୁନଗୋ, ଛାତ୍ର ପ୍ରମୋଦ କୁମାର ସାହୁ, ପଣ୍ଡିତ ହୃଷିକେଶ ରଥ, ଅଧ୍ୟାପକ ଡ. ମୁରଲୀଧର ରଥ, ତପନ କୁମାର ସିଂହ, ଗଜେନ୍ଦ୍ର କୁମାର ମହାନ୍ତି, ରମେଶ ଚନ୍ଦ୍ର ପତି, ବାପିନ କୁମାର ମଲ୍ଲ, ରବିନ୍ଦ୍ର ମୋହନ ମିଶ୍ର, ଅଚ୍ୟୁତାନନ୍ଦ ସାମଲ, ଦୀପକ କୁମାର ସ୍ୱାଇଁ, ବିଭୂତିଭୂଷଣ ପତି, ପ୍ରସନ୍ନ କୁମାର ସ୍ୱାଇଁ, ଧନେଶ୍ୱର ସ୍ୱାଇଁ, ରାଜକିଶୋର ରାଉତ, ଧିରେନ୍ଦ୍ର ନାଥ ସ୍ୱାଇଁ, ନାରାୟଣ ସ୍ୱାଇଁ, ରୋହିତ ରାଉତ, ସମ୍ବିତ ବାରିକ, ରାଜେଶ ପଣ୍ଡା, ରାଜକିଶୋର ଲେଙ୍କା, ନଗେନ୍ଦ୍ର ରାଉତ, ଭଞ୍ଜକିଶୋର ରାଉତ, ପ୍ରହ୍ଲାଦ ସ୍ୱାଇଁ, ପଦ୍ମଶ୍ରୀ ରାଉତ, ନିରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଜଗଦୀଶ ସାହୁ ଗୀତା ପାଠ କରିଥିବା ବେଳେ ଶରତ ଚନ୍ଦ୍ର ପଣ୍ଡା, ବସନ୍ତ କୁମାର ପତି, ମହେଶ୍ୱର ମଣ୍ଡଳ, କ୍ଷୀରୋଦ କୁମାର ନାଥ, ରଞ୍ଜନ କୁମାର ସାହୁ ପ୍ରମୁଖ ଶୋକ ସଂଗୀତ ଗାନ କରିଥିଲେ । ପ୍ରଥମେ ସ୍ୱର୍ଗତ ରାଉତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ