ଆବାସ ଘର କାର୍ଯ୍ୟ ସମ୍ପୂର୍ଣ୍ଣ, ହିତାଧିକାରୀଙ୍କୁ ମିଳିନି ଟଙ୍କାଟିଏ ବି ପ୍ରାପ୍ୟ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ସରକାର ଗରିବ ବାସହୀନ ଲୋକ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର କରିବା ଲାଗି ଅର୍ଥ ପ୍ରଦାନ କରୁଛନ୍ତି। ଆଉ ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟ କୁ ୩ ଟି କିସ୍ତିରେ ପ୍ରଦାନ କରାଯାଈଥାଏ। ହେଲେ ଘର କାର୍ଯ୍ୟ କରିଥିବା ହିତାଧିକାରୀଙ୍କ ଆବାସ କିସ୍ତି ଅର୍ଥ ଅନ୍ୟ ଜଣଙ୍କ ବ୍ୟାଙ୍କ ଏକାଉଣ୍ଟ କୁ ଯିବା ଫଳରେ ହିତାଧିକାରୀ ଏବଂ ତାଙ୍କ ସମ୍ପର୍କିୟ ଅଯଥାରେ ଦୌଡୁଛନ୍ତି। ବ୍ଲକରେ କାର୍ଯ୍ୟରତ କର୍ମଚାରୀ ଙ୍କ ଖାମଖିଆଲି ଏବଂ ବେପରୁଆ ମନୋଭାବ ରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆସିଛି ଶେରଗଡ ଅଞ୍ଚଳ ରୁ। ଶେରଗଡ ବ୍ଲକ କୁଲାଗଡ ଗ୍ରାମର ଆବାସ ଯୋଜନା ରେ ହିତାଧିକାରୀ ନିଳାଦ୍ରୀ ଗୌଡ ଙ୍କୁ ବହୁତ କଷ୍ଟରେ ଆବାସ ରେ ଘର ଖଣ୍ଡିଏ ମିଳିଥିଲା। ସେ ଘରକାମ ନିଜ ଅର୍ଥ ରେ କରିବା ପରେ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଏକାଉଣ୍ଟ କୁ ଯିବା ପରିବର୍ତ୍ତେ ଅନ୍ୟ ଜଣଙ୍କ ଏକାଉଣ୍ଟ କୁ ଚାଲି ଯାଈଥିଲା। ଫଳରେ ନିଳାଦ୍ରୀ ଦୌଡ଼ି ଦୌଡ଼ି ବ୍ଲକ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ କରିବା ପରେ ଯେଉଁ ବ୍ୟକ୍ତି ଙ୍କ ପାଖକୁ ଟଙ୍କା ଯାଇଥିଲା ତାକୁ ଡାକି ଅର୍ଥ ଫେରସ୍ତ ଲାଗି କୁହାଯାଈଥିଲା ଏବଂ ସେହି ଅର୍ଥ କୁ ନିଳାଦ୍ରୀ ଙ୍କ ହାତରେ ପ୍ରଦାନ କରାଯାଇଥିଲା। ହେଲେ କୌଣସି କାରଣ ବଶତଃ, ନିଳାଦ୍ରୀ ପାଈଥିବା ଉକ୍ତ ଅର୍ଥ କୁ ତୁରନ୍ତ ଜମା ଦେବା ଲାଗି କୁହାଯାଈଥିଲା। ଅର୍ଥ ଜମା କରିବା ଲାଗି ନିଳାଦ୍ରୀ ଧାର କରଜ କରିବା ସହ ସୁନା ବନ୍ଧକ ରଖି ଅର୍ଥ ଆଣି ବ୍ଲକରେ ଜମା ଦେଈଥିଲେ। ବର୍ତ୍ତମାନ ନିଳାଦ୍ରୀ ଆବାସ ଯୋଜନାରେ ଘର ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ ତାଙ୍କୁ ଟଙ୍କାଟିଏ ମଧ୍ୟ ପ୍ରଦାନ କରାଯାଈନାହିଁ। ନିଳାଦ୍ରୀ ଙ୍କୁ ଧାର ଦେଈଥିବା ଲୋକ ମାନେ ବର୍ତ୍ତମାନ ଟଙ୍କା ମାଗୁଛନ୍ତି। ଆବାସ ଅର୍ଥ ପାଈବା ଲାଗି ନିଳାଦ୍ରୀ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ତଥାପି ତାଙ୍କୁ ଟଙ୍କାଟିଏ ପ୍ରାପ୍ୟ ମିଳିନାହିଁ। ତେବେ ଏନେଇ ବିଡ଼ିଓ ଙ୍କୁ ପଚାରିବାରୁ ବିଡ଼ିଓ ପ୍ରକାଶ କରିଥିଲେ ଯେ,ତାଙ୍କ ଏକାଉଣ୍ଟ ର ସମସ୍ୟା ଲାଗି ଏଭଳି ହୋଇଛି। ହେଲେ ଏକାଉଣ୍ଟ ତୃଟି ସୁଧାରି ଟଙ୍କା ଅତିଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି। ହେଲେ ଏପାଖରେ ବ୍ଲକରେ ଥିବା ରୁରାଲ ହାଉସିଂ ବିଭାଗ ତରଫରୁ ଜନସାଧାରଣ ଙ୍କୁ ମିଥ୍ୟା ପ୍ରତିଶୃତି ଦେଈ ଘର ଯୋଗାଇ ଦେବାକୁ କହି ଅର୍ଥ ଅର୍ଥ ଆଦାୟ ହେଉଥିବା ଜନସାଧାରଣ ମହଲରେ ଚର୍ଚ୍ଚା ହେଉଛି। ତେବେ ନିଳାଦ୍ରୀ ଙ୍କୁ କେବେ ତାଙ୍କ ପ୍ରାପ୍ୟ ମିଳୁଛି ତାହା ଦେଖିବାର କଥା।