ଆରମ୍ଭ ହେଲା ଗୁଣିଆ ଧରିବା ଅଭିଯାନ। ସବୁ ଦେଖି ଚୁପ ବସିଥିଲା ପୋଲିସ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ଦେଶ ସ୍ୱାଧୀନତା 75 ବର୍ଷ ପାର କରିସାରିଲାଣି । ତଥାପି ଏବେ ବି ବଂଚିରହିଛି ଅନ୍ଧବିଶ୍ୱାସ। ଏହା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଚିତାପାରି ୪ ଗାଁରେ ଗତ କିଛି ମାସ ଧରି ଲଗାତାର ଗ୍ରାମବାସୀଙ୍କ ମୃତ୍ୟୁ ହୋଉଥିବାରୁ ଗାଁ ର କେହି ବ୍ୟକ୍ତି ଗୁଣିଗାରେଡି କରି ମାରୁଥିବାର ସନ୍ଦେହ କରି ବାହାର ରାଜ୍ୟର ଗୁଣିଆ କୁ ଡାକି ଗୁଣିଆ ଧରିବାକୁ ଆରମ୍ବ ହେଲା ଅଭିଯାନ । ପୂଜା କରିବା ବାହାନାରେ ପ୍ରଶାସନ ଠାରୁ ଅନୁମତି ନେଇ ଆରମ୍ଭ ହେଲା ଡାହାଣୀ ଚିହ୍ନଟ କାର୍ଯକ୍ରମ। ଛତିଶଗଡରୁ ଆସିଲେ ତଥା କଥିତ ୬ଜଣ ଗୁଣିଆ ଛତିଶଗଡର ବସ୍ତର ଜିଲ୍ଲା କଟୱାଲି ଥାନା ଦରଭା ଅଞ୍ଚଳର ଏହିମାନେ। ପୂଜା ଅର୍ଚ୍ଚନା ପାଈଁ ୩ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ପୂଜା ପାଇଁ ବିଧିବଦ୍ଧ ଭାବେ ପ୍ରଶାସନକୁ ଠାରୁ ଅନୁମତି ମଧ୍ଯ ଆଣିଥିଲେ। ପୂଜା ଆରମ୍ଭ ମଧ୍ୟ ହୋଇଥିଲା। ଓର୍କେଲ୍ ପୁଲିସଙ୍କ ଉପସ୍ଥିତିରେ ଚାଲିଲା ପୂଜାର୍ଚ୍ଚନା, ଦିନ ସାରା ଗାଁ ରେ ବୁଲିଲା ଖଟ । ଗାଁ ଲୋକଙ୍କୁ ଧାଡିରେ ବସାଇ ଲୋକଙ୍କ ଉପରେ ବୁଲିଲା ଖଟ । ଅଳ୍ପ କିଛି ଦିନ ମଧ୍ୟରେ ଗାଁ ର ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ବଡ ଗୁଣିଆ କୁ ଆଣି ପୂଜାର୍ଚନା କଲେ ଗାଁ ବାସି। ଆଉ ତା ପରେ ପଡୋଶୀ ଗୁଣିଆ ର ଖର୍ଚ ମଧ୍ୟ କିଛି କମ ନୁହଁ , ସୂଚନା ମୁତାବକ ଗାଁ କୁ ଛତିଶଗଡି ଗୁଣିଆ କୁ ଡକାଯିବ ଆଉ ଏ ବାବଦକୁ ପ୍ରତି ଘରୁ 3000 ଟଙ୍କା ଚାନ୍ଦା ଆଦାୟ କରାଗଲା, ଏହାସହ ମହାଜନ ଠାରୁ ଏକ ଲକ୍ଷ କରଜ ସାଙ୍ଗକୁ ଗାଁ ମନ୍ଦିର ଜମି କୁ ବନ୍ଧା ରଖାଗଲା । ଗୁଣିଆ ନେବ ପାଖାପାଖି ତିନି ଲକ୍ଷ ଆଉ ଦୁଇଟି କଳା ଛେଳି ଆଉ ଅନ୍ୟାନ୍ୟ ଖର୍ଚ । ବଡି ସକାଳୁ ଆରମ୍ବ ହେଲା ପୂଜାର୍ଚ୍ଚନା ଗାଁ ସାରା ବୁଲିଲା ଖଟ । ଆଉ ତା ପରେ ଗାଁ ର ସମସ୍ତ ବାସୀନ୍ଧା ଧାଡି ହୋଇ ବସିଲେ । ସମସ୍ତଙ୍କ ମୁଣ୍ଡ ଉପରେ ବୁଲିଲା ଖଟ । ବାଜୁଥିଲା ଆଦିବାସୀ ବାଜା । କିଛି ସମୟ ମଧ୍ୟରେ କିଛି ଯୁବତୀ ଓ ମହିଳା ଙ୍କୁ କୁଆଡେ ଆସିଗଲେ ଦେବୀ , ଆଉ ତା ପରେ ମୁଖ୍ୟ ଗୁଣିଆ ସମସ୍ତଙ୍କୁ ଜେରା କରିବା ପରେ ଜଣେ 80 ବର୍ଷରୁ ଉର୍ଦ୍ଧ ବୃଧା ଙ୍କୁ ଦୋଷୀ ସାବ୍ୟସ୍ତ କଲା ଛତିଶଗଡି ଗୁଣିଆ । ଆଉ ସେ ବୃଧା କାଳେ ଗାଁ ରେ ମୃତ୍ୟୁ ବରଣ କରିଥିବା ସମସ୍ତ ଲୋକଙ୍କୁ ଗୁଣିଗାରେଡି କରି ହତ୍ୟା କରିଛି । ଆଉ ତା ପରେ ଉପସ୍ଥିତ ପୋଲିସ ଅଧିକାରିଣୀ ଙ୍କୁ ଡକାଗଲା ଅଧିକାରିଣୀ ମଧ୍ୟ ମୁଖ୍ୟ ଗୁଣିଆ ସମ୍ମୁଖରେ ନତମସ୍ତକ ରହି ସବୁ ଆଦେଶ ପାଳନ କଲେ ବୃଦ୍ଧଙ୍କୁ ପୋଲିସ ଗାଡ଼ିରେ ଉଠାଇ ନେଲେ ।
ସବୁଠାରୁ ବଡ଼କଥା ହେଉଛି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଘଟଣାର ମୁକ ସାକ୍ଷୀ ହୋଇ ଦେଖୁଥିଲା ଓର୍କେଲ ପୋଲିସ । ନା ଅନ୍ଧବିଶ୍ୱାସ କୁ ବାରଣ କଲା ନା ନେଲା କାର୍ଯ୍ୟାନୁଷ୍ଠାନ । କେବଳ ଅନ୍ଧବିଶ୍ୱାସ କୁ ସମର୍ଥନ କରି ବସିରହିଲା ଆଉ ଫୋଟୋ ଭିଡ଼ିଓ ଉଠାଇଲା । ଖବର ପାଇ ଘଟଣାର ସଂଜ୍ଞାନ ନେଲା ମାଲକାନଗିରି ଜିଲ୍ଲା ପ୍ରଶାସନ। ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସବୁ ସରିଲା ପରେ ସୁପର ଆକ୍ସନ ମୋଡ଼ ରେ ଆସିଲା ଓର୍କେଲ ପୋଲିସ । ଛତିଶଗଡ଼ ରୁ ଆସିଥିବା 6ଜଣ ଗୁଣିଆ ଗୁଣିଆ କୁ ଗିରଫ କରି ଜେଲ ପଠାଇଲା। ହେଲେ ଆରମ୍ଭ ରୁ କାହିଁକି ଚୁପ ବସିଥିଲା ପୋଲିସ ତାକୁ ନେଇ ସାଧାରଣ ରେ ଉଠିଛି ବଡ ପ୍ରଶ୍ନ ।