ଆଲୋକ ର ପର୍ବ ନ ହେଉ ପ୍ରଦୂଷଣ ର କାରଣ
ଦୀପଂ ଜ୍ୟୋତି ପରଂବ୍ରହ୍ମ
ଦୀପଂ ଜ୍ୟୋତି ଜନାର୍ଦ୍ଦନ
ଦୀପଂ ଜ୍ୟୋତି ହରତେ ପାପ
ସନ୍ଧ୍ୟା ଦୀପଂ ନମସ୍ତୁତେ
ଯୁଗେ ଯୁଗେ ଧରି ଏହି ପର୍ବ ପାଳନ ହୋଇଆସୁଛି। ଦୀପାବଳି ହେଉଛି ଆଲୋକ ର ପର୍ବ। ଆନନ୍ଦ ଉଲ୍ଲାସ ର ପର୍ବ। ଏହି ପର୍ବ କୁ ସମସ୍ତେ ମିଳିମିଶି ପାଳନ କରନ୍ତି । ଅନ୍ଧକାର କୁ ବିନାଶ କରେ ବୋଲି ଏହି ପର୍ବ କୁ ଆଲୋକ ର ପର୍ବ କୁହାଯାଏ। ଏହି ଦିନ ମା କାଳୀ ଙ୍କ ର ମଧ୍ୟ ପୂଜାର୍ଚ୍ଚନା କରାଯାଏ । ଏହି ପର୍ବ ଶୋକ ଓ ନୈରାଶ୍ୟ ଦୂର କରି ଅନ୍ଧକାରରୁ ଆଲୋକର ମାର୍ଗ ଦର୍ଶନ କରାଇଥାଏ, ଯାହାକି ବ୍ୟକ୍ତିର ଆତ୍ମବଳକୁ ବୃଦ୍ଧି କରାଇଥାଏ । ଗୋଟେ ଦୀପ ନିଜେ ଜଳି ଜଳି ଅନ୍ଧକାର କୁ ବିନାଶ କରେ ଏବଂ ଅନ୍ୟକୁ ଆଲୋକ ପ୍ରଦାନ କରେ । ଦୀପ ପାଖରୁ ଆମକୁ ଅନେକ କିଛି ଶିଖିବାର କଥା । ଆମକୁ ମଧ୍ୟ ଦୀପ ଭଳି ହେବାର ଆବଶ୍ୟକତା ରହିଛି । ଦୀପ ଭଳି ଜଳି ଜଳି ନିଜର ଜ୍ଞାନ ର ଆଲୋକ ରେ ଜଗତ କୁ ଆଲୋକିତ କରିବାର ଆବଶ୍ୟକତା ରହିଛି। ଯେତେବେଳେ ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ , ଅଧର୍ମ ଉପରେ ଧର୍ମ ପ୍ରତିଷ୍ଠା ହୋଇଛି। ସେତେବେଳେ ଏହି ଦୀପାବଳୀ ର ଆବଶ୍ୟକତା ପଡ଼ିଛି । ସତ୍ୟ ଯୁଗ ରେ ରାବଣ ଠାରୁ ସୀତାଙ୍କୁ ଉଦ୍ଧାର କରି ରାମଚନ୍ଦ୍ର ରାବଣ କୁ ବିନାଶ କରି ଅଧର୍ମ ଉପରେ ଧର୍ମ ପ୍ରତିଷ୍ଠା କରି ଯେତେବେଳେ ଅଯୋଧ୍ୟା କୁ ଫେରିଛନ୍ତି ସେହି ସମୟ ରେ ସମଗ୍ର ଅଯୋଧ୍ୟା ବାସି ଦୀପ ଜାଳି ଦୀପାବଳୀ ପାଳନ କରିଛନ୍ତି। ରାମଚନ୍ଦ୍ର ଅଯୋଧ୍ୟା କୁ ଫେରି ନିଜ ପିତୃ ପୁରୁଷ ଙ୍କୁ କାର୍ତ୍ତିକ ମାସ ଅମାବାସ୍ୟା ରେ ପିଣ୍ଡ ଦାନ କରିଛନ୍ତି ସେହି ଦିନ କୁ ମନେ ରଖିବା ପାଇଁ ଆଜି ଆମେ ପୂର୍ବ ପୁରୁଷ ଙ୍କୁ ପିଣ୍ଡ ଦାନ କରୁଛୁ ।
ଏହି ଦୀପାବଳୀ ପର୍ବ କୁ ଦୀପଜାଳି ବାଣ ଫୁଟାଇ ଲୋକ ମାନେ ପାଳନ କରନ୍ତି। ଦୀପାବଳୀ ଭଳି ଏକ ଆଧ୍ୟାତ୍ମିକତା ର ପର୍ବରେ ଆମେ ମାନେ ରାସାୟନିକ ବିଷାକ୍ତ ବାଣ ଫୁଟାଇବା ଦ୍ଵାରା ବାୟୁ ପ୍ରଦୂଷଣ, ଧ୍ଵନି ପ୍ରଦୂଷଣ, ପରିବେଶ ପ୍ରଦୂଷଣ ହେଉଛି । ଯେଉଁ ପରିବେଶ ରେ ଆମେ ରହିଛୁ ସେହି ପରିବେଶ କୁ ଆମେ ପ୍ରଦୂଷଣ କରୁଛୁ। ସାମାନ୍ୟ ଖୁସି ପାଇଁ ବହୁତ୍ ମାତ୍ରାରେ ବାଣ ଫୁଟାଇ ନିଜର କ୍ଷତି କୁ ନିଜେ କରୁଛୁ। ଏହି ବାଣ ଫୁଟାଇ ଅନେକ ଲୋକ ମଧ୍ୟ ବିଭିନ୍ନ ଦୁର୍ଘଟଣା ରେ ଶିକାର ହେଉଛନ୍ତି । ଯେଉଁ ବାୟୁରୁ ସମଗ୍ର ଜୀବ ଜଗତ ଅମ୍ଳଜାନ ଗ୍ରହଣ କରେ । ସେହି ବାୟୁ ପ୍ରଦୂଷଣ ହୋଇଯାଉଛି। ଏହି ବିଷାକ୍ତ ଗ୍ୟାସ ଯୋଗୁଁ ଫୁସଫୁସ ଜନିତ ରୋଗ ,ଶ୍ଵାସ ରୋଗ, ମୁଣ୍ଡ ବ୍ୟଥା ଓ କାଶ ଇତ୍ୟାଦି ବିଭିନ୍ନ ରୋଗରେ ସମ୍ମୁଖୀନ ହେଉଛନ୍ତି ଅନେକ ଲୋକ । ସୂର୍ଯ୍ୟଙ୍କ ର ତାପ ବଢିବା ରେ ଲାଗୁଛି ଯାହା ଦ୍ଵାରା ଅନେକ ଲୋକ ଅଂଶୁଘାତ ରେ ଶିକାର ହେଉଛନ୍ତି।
ଦୀପାବଳୀ ରେ ଅତ୍ୟାଧିକ ବାଣ ଫୁଟାଇବା ଯୋଗୁଁ ଶବ୍ଦ ପ୍ରଦୂଷଣ ହେଉଛି।ଏହା ଦ୍ୱାରା ଜୀବଜଗତ କୁ କେତେ ଯେ କ୍ଷତି ସହିବାକୁ ପଡୁଛି ସେଥିରେ କଳନା କରିହେବ ନାହିଁ । ଦୀପାବଳୀ ରେ ଗ୍ରାମ ଠୁ ସହର ସବୁଠି ବାଣ କୁ ବହୁତ୍ ମାତ୍ରା ରେ ଲୋକ ମାନେ ଫୁଟାଉଛନ୍ତି । ଏହାର କୁ ପରିଣାମ ସମଗ୍ର ମାନବ ସମାଜ କୁ ଭୋଗିବାକୁ ପଡୁଛି। ଦୀପାବଳୀ ହେଉ କି କିଛି ବି ପୂଜା ପର୍ବ ଏବଂ ବାହାଘରରେ ବାଣ ଫୁଟାଇବା, ଡିଜେ ବଜାଇବା ଦ୍ଵାରା ଏହାର ପ୍ରଭାବ ରେ ଜଣେ ହୃଦ୍ ରୋଗି ଟି ବହୁତ କଷ୍ଟ ପାଏ । ସାଧାରଣ ମନୁଷ୍ୟ ମଧ୍ୟ କଷ୍ଟ ପାଇଥାଏ। ଏତେ ଉଚ୍ଚ ଶବ୍ଦ ରେ ଡିଜେ ବଜାଇବା ଏବଂ ବାଣ ଫୁଟାଇବା ଠୁ ଦୂରେଇ ରହିବା ଆବଶ୍ୟକ । ଆମ ନିଜ ର ସୁରକ୍ଷା ନିଜ ହାତ ରେ ରହିଛି । ସୁସ୍ଥ ନିରାମୟ ଜୀବନ ଯାପନ ପାଇ ସର୍ବଦା ଶାନ୍ତ ପରିବେଶ ରେ ବାସ କରିବା । ସେଥି ପାଇଁ ଆଗ କାଳରେ ମୁନିଋଷି ମାନେ ଅରଣ୍ୟ ରେ ବାସ କରୁଥିଲେ । ଅରଣ୍ୟ ହିଁ ଥିଲା ସେମାନେ ଙ୍କ ର ସାଧନା ପୀଠ। ଜଙ୍ଗଲ ର ଫଳ ମୂଳ ଖାଇ ଜୀବନ ଧାରଣ କରୁଥିଲେ। ସେମାନେ ବୃକ୍ଷ ର ଛାୟା ତଳେ ଏକ ଆଧ୍ୟାତ୍ମିକ ପରିବେଶ ରେ ରହି ଈଶ୍ବର ଙ୍କୁ ଆରାଧନା କରୁଥିଲେ ।
ତେଣୁ ଆମ ପରିବେଶ କୁ ସର୍ବଦା ସୁରକ୍ଷିତ ରଖିବା ପରିବେଶକୁ କ୍ଷତି କରୁଥିବା ଜିନିଷ ଠୁ ଦୂରେଇ ରହିବା। ଦୀପାବଳୀ ରେ ବିଷାକ୍ତ ବାଣ ଠାରୁ ଦୂରେଇ ରହିବା । ପରସ୍ପର ମଧ୍ୟ ରେ ସ୍ନେହ ଶ୍ରଦ୍ଧା ଭଲ ପାଇବା ରେ ଏହି ପର୍ବକୁ ପାଳନ କରିବା। ନିଜ ଭିତରେ ଥିବା ଅଜ୍ଞାନ ର ଅନ୍ଧକାର କୁ ଦୂର କରିବା । ଦୀପାବଳି ପର୍ବ ରେ ଦୀପ ଜାଳନ୍ତୁ । ଦୀପଜାଳି ସମସ୍ତ ଙ୍କ ମଧ୍ଯ ରେ ଖୁସି ବାଣ୍ଟନ୍ତୁ।
ରାଜସ୍ମିତା ବାରିକ
ନୀଳଗିରି, ବାଲେଶ୍ଵର