ଆସନ୍ତା ୨୪ରେ ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ

ପୁରୀ,(ୱାଏନଏସ): ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀ ଏସପି ବିନୀତ ଅଗ୍ରୱାଲ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।ରାଷ୍ଟ୍ରପତିଙ୍କ ୫୦ ମିନିଟର କାର୍ଯ୍ୟକ୍ରମ ରହିଛି।ସେ ତାଳବଣିଆ ସ୍ଥିତ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ।ପ୍ରୋଟୋକଲ ଅନୁଯାୟୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେଫେସର ଡଃ ଅରୁଣ କୁମାର ଦାସ କହିଛନ୍ତି, ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ବର୍ଷ ପାଳନ ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅନୁଷ୍ଠିତ ହେବ।ଏହି ଉତ୍ସଵରେ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ପୁରୀ ସାଂସଦ ପ୍ରମୁଖ ଯୋଗ ଦେବେ।ଉଦ୍ଘାଟନୀ ଉତ୍ସବରେ ସ୍ମରଣିକା ଉନ୍ମୋଚିତ ହେବା ସହ ଦେଶ, ବିଦେଶରେ ପ୍ରତିଷ୍ଠା ଲାଭ କରିଥିବା କଲେଜର ପୁରାତନ ଛାତ୍ର ଓ ଆଲୁମିନିଙ୍କୁ ସମ୍ବର୍ଦ୍ଧିତ କରାଯିବ।ଏଥିସହ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଆୟୁର୍ବେଦ ପର୍ବ ଅନୁଷ୍ଠିତ ହେବ।ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ୪୦ ଜଣଙ୍କୁ ନେଇ ପୁରାତନ ଓ ଆଧୁନିକ ଆୟୁର୍ବେଦକୁ ନେଇ ସେମିନାର,ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ରାଷ୍ଟ୍ରପତି ଙ୍କ ପୁରୀ ଗସ୍ତ ରେ ନିର୍ଦ୍ଧାରିତ କାର୍ଯ୍ୟକର୍ମ ସୂଚୀ ଆସିନାହିଁ। ତେବେ ପ୍ରାଥମିକ ଭାବରେ ସୁଚନା ଅନୁଯାୟୀ ମହାମହିମ ରାଷ୍ଟ୍ରପତି ଆସନ୍ତା 24 ତାରିଖ ରେ ପୁରୀ ଗସ୍ତ ରେ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବେ। ଏଥି ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ