ଆସିକାରେ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ
ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି ନଂ. ୩୫୬୦୮/ ତା.୧୭.୧୦.୨୦୨୪ ପ୍ରକାରେ ଆସିକା ତହସିଲର ତହସିଲଦାର ରୂପେ ରାଜ୍ୟ ପ୍ରଶାସନର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ଓଏଏସ୍ ଅଫିସର ସଙ୍ଗୀତା ସେନ୍ ମଙ୍ଗଳବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆସିକା ତହସିଲର ତହସିଲଦାର ରୂପେ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଟ ପ୍ରଶାସନିକ ଅଧିକାରୀ ସଙ୍ଗୀତା ସେନ୍ ପୂର୍ବରୁ କୋରାପୁଟ ଜିଲ୍ଲାର ନାରାୟଣପାଟଣା ତହସିଲରେ ତହସିଲଦାର ରୂପେ କାର୍ଯ୍ୟକରି ସରକାରୀ ଯୋଜନାର ସଫଳ ରୂପାୟନ ଠାରୁ ଆରମ୍ଭ କରି ଜନସାଧାରଣଙ୍କୁ ସେବା ଯୋଗାଇ ଅଞ୍ଚଳବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରି ଥିଲେ । ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବା ସାଙ୍ଗକୁ ରାଜସ୍ୱ ବିଭାଗ ଜରିଆରେ ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଠାରୁ ଆରମ୍ଭ କରି ସରକାରୀ ନିୟମ ଅନୁସାରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଜନସାଧାରଣଙ୍କ ମ୍ୟୁଟେସନ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବା ସମସ୍ତ ପ୍ରମାଣପତ୍ର ଯେପରି ସୁବିଧାରେ କରାଯାଇପାରିବ ତାହାକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟକାରିବେ ବୋଲି ପ୍ରକାଶ କରିଥିଲେ । ଆସିକା ତହସିଲର ନୂତନ ତହସିଲଦାର ରୂପେ ବରିଷ୍ଟ ପ୍ରଶାସନିକ ଅଧିକାରୀ ସଙ୍ଗୀତା ସେନ୍ ଦାୟିତ୍ୱ ଗ୍ରହଣ କରିବା ପରେ ତହସିଲର ବରିଷ୍ଠ ପଦାଧିକାରୀ କିରଣ କୁମାର ପାଢୀ, ଜ୍ଞାନଚାନ୍ଦ ମହାନ୍ତି, ବିଶ୍ୱନାଥ ଲେଙ୍କା, ସୁନିଲ୍ କୁମାର ମହାରଣା, ସୁନିଲ୍ କୁମାର ଗୌଡ, ସସ୍ମିତା କୁମାରୀ ବିଶ୍ୱାଳ, ବିଷ୍ଣୁପ୍ରିୟା ରାଉତ, ପ୍ରଫୁଲ କୁମାର ଭୂୟାଁ, ସ୍ୱରାଜ୍ୟ ଗୌଡ, ଅରୁଣାରାଣୀ ଆଚାର୍ଯ୍ୟ, ରଘୁନାଥ ପ୍ରଧାନ, ବିଭୁପ୍ରସାଦ ତ୍ରିପାଠୀ, ସୁଶାନ୍ତ ଜାନି, କୃଷ୍ଣଚନ୍ଦ୍ର ଡାକୁଆ, କେ.ନିଲୁ, ସୁନିତାରାଣୀ ପାତ୍ର, ମୃତ୍ୟୁଂଜୟ ତ୍ରିପାଠୀ, ସନ୍ତୋଷ କୁମାର ପ୍ରଧାନ, ଅଭିଜିତ୍ ପାଣିଗ୍ରାହୀ, ଆଶୁତୋଷ ମହାରଣା, ତୋଫାନ କୁମାର ଗୌଡ, ଶିବଶମ୍ଭୁ ଗୌଡ, ଚନ୍ଦନ କୁମାର ରଥ, ଦୀପକ କୁମାର ଗୌଡ, ଧୀରେନ୍ କୁମାର ପଣ୍ଡା, ଏରେନା ପାତ୍ରଙ୍କ ସମେତ ତହସିଲ କର୍ମଚରୀ ମାନେ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆସିକା ତହସିଲର ପୂର୍ବରୁ ଅବସ୍ଥାପିତ ଥିବା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଫୁଲବାଣୀ ତହସିଲଦାର ରୂପେ ବଦଳି କରାଯାଇଥିବା ଜଣାପଡିଛି ।