ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଚୋରୀ
ଚିକିଟି, (ପୁଷ୍ପାଞ୍ଜଳୀ ମିଶ୍ର): କେ.ନୂଆଗାଁ ଥାନା କଳବlଡ ଗ୍ରାମ ପଂଚାୟତରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି l , ଆଜି ସକାଳୁ ଗୋଷ୍ଟୀ ସ୍ୱାସ୍ଥ୍ୟ ଅଧିକାରୀ ବନ୍ଦିତା ମହାରଣା କାର୍ଯ୍ୟlଳୟର ଚାବି ଖୋଲିବାକୁ ଗଲା ବେଳେ ତାଙ୍କ ପାଖେ ଥିବା ଚାବିରେ ତାଲା ଖୋଲି ନଥିବା ବେଳେ ଏକ ନୁଆଁ ତାଲା ପଡିଥିଲା।ଏହା ଜାଣିବା ପରେ ସେ ଗାଁ ଲୋକଙ୍କୁ ଡାକିବା ସହ ସେହି ତାଲା ଖୋଲିବା ପରେ କାର୍ଯାଳୟରୁ ଇନଭେଟରର ବ୍ୟାଟେରୀ, ପ୍ରିଣ୍ଟର ଓ ସୋଲାର ଲାଈଟ ଚୋରୀ ହୋଇଥିବା ଜାଣିବାକୁ ପାଇ ଥିଲେ। ଏହା ପରେ ପରେ କେ. ନୂଆଗାଁ ଥାନାରେ ଚୋରି ସମ୍ପର୍କ ରେ ଲିଖିତ ଭାବେ ଅଭିଯୋଗ କରିଥିଲେ।ପୁଲିସ ଆସି ଚୋରି ସମ୍ପର୍କ ରେ ତଦନ୍ତ କରିଥିଲେ l ଗତ କିଛିଦିନ ହେଲା କଳବlଡ ପଂଚାୟତରେ ଲଗାତାର ଚୋରୀ ଅଭିଯୋଗ ହେଉଛି l ଚୋର ମାନେ ପ୍ରଥମେ ପଂଚାୟତ ପରେ ୟୁନିଅନ ବ୍ୟାଙ୍କ ଓ ଆଜି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଚୋରୀ ଘଟଣା ପୁଲିସ ପାଇଁ ଚାଲେଞ୍ଜ ହୋଇଥିବା ବେଳେ ବାରମ୍ବାର ଚୋରି ଯୋଗୁ ସାଧାରଣରେ ଭୟ ସୃଷ୍ଟି ହୋଇଛି l