ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ପକ୍ଷରୁ “ଆଦର୍ଶ ମହିଳା-୨୦୨୫” ଅନୁଷ୍ଠିତ
ଚୌଦ୍ଵାର, (ଦିପକ୍ କୁମାର ବେଉରା):ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଚୌଦ୍ୱାର ସ୍ଥିତ ହାପି ୱାର୍ଲ୍ଡ ମଣ୍ଡପ ପରିସରରେ ଉତ୍କଳ ସାମ୍ବାଦିକ ସଂଘ, କଟକ ଜିଲ୍ଲା ପକ୍ଷରୁ ‘ଆଦର୍ଶ ମହିଳା-୨୦୨୫’ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘର କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ବାଳ,ମୂଖ୍ୟ ବକ୍ତା ଭାବେ ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ଈଂ ଜ୍ଞାନେନ୍ଦ୍ର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ମାନବ ଅଧିକାର ପରିଷଦ ଅଧ୍ୟକ୍ଷା ସସ୍ମିତା ଦାସ ,ଲୋକସେବା ଫାଉଣ୍ଡେସନ ସାଲେପୁର ଅଧ୍ୟକ୍ଷ ହିମାଂଶୁ ମହାନ୍ତି, ଚୌଦ୍ୱାର ଉତ୍କଳ ଇଣ୍ଟରନେସନାଲ ସ୍କୁଲ ପ୍ରତିଷ୍ଠାତା ଗଣେଶ ପ୍ରାସାଦ ବେହେରା, ଚୌଦ୍ୱାର ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ପ୍ରମୁଖ ଯୋଗ ଦେଇ ମହିଳା ଘର ଚାରିକାନ୍ଥରେ ନ ରହି ରାଷ୍ଟ୍ର ନିର୍ମାଣ ମହିଳାମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି ବୋଲି କହିଥିଲେ । ପରେ ଅତିଥି ବୃନ୍ଦ ଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୮ଜଣ ପ୍ରତିଭା ମହିଳାଙ୍କୁ ‘ଆଦର୍ଶ ମହିଳା -୨୦୨୫’ ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ମଞ୍ଚପରିଚାଳନା ସାମ୍ବାଦିକ ନୀଳକଣ୍ଠ ଦୋରା କରିଥିବା ବେଳେ ସାମ୍ବାଦିକ ଜ୍ଞାନରଞ୍ଜନ ସାହାଣୀ, ପରୀକ୍ଷିତ ଲେଙ୍କା, ନବୀନ ରାଓ, ଦୀପକ ବେଉରା, କୁନା ନାୟକ, ରାଜେଶ ନାୟକ , ସଞ୍ଜୀବ ତିୱାରୀ ପ୍ରମୁଖ ସହୋଜୋଗ କରିଥିଲେ । ପରିଶେଷରେ ସାମ୍ବାଦିକ ମାନସ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।