ଉତ୍ତମ ଆଖଡ଼ା ଖେଳ ପ୍ରଦର୍ଶନ ପାଇଁ ପୁରସ୍କାର ବିତରଣ
ବାଲେଶ୍ଵର, (ସରୋଜ ପଣ୍ଡା):ଦୁର୍ଗା ପୂଜା ର ଦଶହରା ରେ ଉତ୍ତମ ଆଖଡ଼ା ପ୍ରଦର୍ଶନ, ଶାନ୍ତି ଶୃଙ୍ଖଳା ରକ୍ଷା ପୂର୍ବକ ଆଖଡ଼ା ଖେଳ ପ୍ରଦର୍ଶନ ପାଇଁ ଶାନ୍ତି କମିଟି ର ପ୍ରସ୍ତୁତି କମିଟି ବୈଠକ ରେ ପୁରସ୍କାର ବିତରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବାଲେଶ୍ଵର ଆଖଡ଼ା ସଙ୍ଘ ର ଶତ ବାର୍ଷିକୀ ପୂର୍ତ୍ତି ଅବସର ରେ ଏଭଳି ପୁରସ୍କାର ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଥିଲା।ଏହି ପରିପ୍ରେକ୍ଷୀ ରେ ୨୮ତାରିଖ ସୋମ ବାର ପୂର୍ବାହ୍ନ ରେ ବାଲେଶ୍ଵର ପୌର ପାଳିକା ର ସଭା କକ୍ଷରେ ଆଜି ସର୍ବଶ୍ରେଷ୍ଠ ଆଖଡ଼ା ଦଳଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୌରାଧକ୍ଷା ସବିତା ସାହୁ, ଉପାଧକ୍ଷ କୈଳାସ ସେଠୀଓ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ।ଆଜିର ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ରେ ପ୍ରଥମ ସ୍ଥାନ ପୁରୁଣା ବାଲେଶ୍ଵର ଆଖଡ଼ା ଦଳ, ଦ୍ୱତୀୟ ସ୍ଥାନ ମାନସିଂହ ବଜାର ଦଳ, ତୃତୀୟ ସ୍ଥାନ ରେଯୁଗ୍ମ ଭାବେ ମଠ ସାହି ର ମହାବୀର ଆଖଡ଼ା ଦଳ ଓ ହର୍ଷପୁରା ଆଖଡ଼ା ଦଳ କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରଥମ ପୁରସ୍କାର ପୁରୁଣା ବାଲେଶ୍ୱର ଦଳ ସଭାପତି ରାମଚନ୍ଦ୍ର ନାଥ ଓ ସମ୍ପାଦକ କନିଷ୍ଠ ଖଟୁଆ, ମାନସିଂହ ବଜାର ଦଳ ର ସଭାପତି ଗଙ୍ଗାଧର ବେହେରା, ସମ୍ପାଦକ ରାଜେଶ ମହାପାତ୍ର,, ମଠ ସାହି ମହାବୀର ଆଖଡ଼ା ଦଳ ସଭାପତି ରବୀନ୍ଦ୍ର ବେହେରା ଓ ସମ୍ପାଦକ ମନୋଜ ରାଉତ, ହର୍ଷପୁରା ଆଖଡ଼ା ଦଳ ସଭାପତି କାଁହୁ ଚରଣ ମହାଳିକ ପୁରସ୍କାର ଗ୍ରହଣ କରିଥିଲେ