ଉଦଘାଟନକୁ ବର୍ଷନ ପୁରୁଣୁ ମରଣଜନ୍ତା ପାଲଟିଛି ଜଟଣୀ ଫ୍ଲାଇ ଓଭର ବ୍ରିଜ
ଜଟଣୀ,(ୱାଏନଏସ):ଜଟଣୀ ବାସୀଙ୍କ ବହୁତ ଦିନର ଦାବୀ ପରେ ଜଟଣୀ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ହୋଇଥିଲା । କିନ୍ତୁ ଠିକାଦାର ଓ ଅଫିସରଙ୍କ ଅବହେଳା ପାଇଁ ଅସୁବିଧା ଭୋଗୁଛନ୍ତି ଜଟଣୀବାସୀ।ଜଟଣୀ ବହୁ ପ୍ରତିକ୍ଷିତ ଫ୍ଲାଇ ଓଭର ବ୍ରିଜ ଗତ ନଅ ମାସ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । ଏହି ଆଠ ଶହ ମିଟର ଲମ୍ବର ବ୍ରିଜ ନିର୍ମାଣ କରିବାକୁ ଲାଗିଥିଲା ଆଠ ବର୍ଷ ଲାଗିଥିବା ବେଳେ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇଥିଲା ଏକ ଶହ ପାଞ୍ଚ କୋଟି ରୁ ଅଧିକ ଟଙ୍କା । ବ୍ରିଜ ଉଦ୍ଘାଟନ କୁ ପୁରିଛି ମାତ୍ର ବର୍ଷ , କିନ୍ତୁ ବ୍ରିଜର ଅବସ୍ଥା ନକହିଲେ ଭଲ। ବ୍ରିଜ ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠି ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ରଡ ଦିଶିଲାଣି ତ ଆଉ କେଉଁ କେଉଁ ଜାଗାରେ ବିରାଟ ଫାଟ ହେଲାଣି । ବାହାରୁଥିବା ରଡରେ ଝୁଣ୍ଟି ବହୁ ଲୋକ ଆହତ ହେଲେଣି । ଯାନବାହାନ ଚଳାଚଳ ରେ ଯାତ୍ରୀମାନେ ବହୁ ଅସୁବିଧା ହେବା ସହ ଦୁର୍ଘଟଣା ଘଟୁ ଥିବାର ଦେଖିବାକୁ ମିଳିଛି । କେତେବେଳେ ଏହି ରଡ ପାଇଁ କାହା ଜୀବନ ଯିବ ତାହା କହିହେବନି । କିଛି ଦିନ ଆଗରୁ ସଂପୂକ୍ତ ବିଭାଗ ପକ୍ଷରୁ ପିଚୁ ଢ଼ଳେଇ ପକେଇ ଅନେକ ଗାତ ବନ୍ଦ କରାଯାଇଥିଲା । କିନ୍ତୁ ସେଗୁଡିକ ମଧ୍ୟ ପୁର୍ନବାର ଗାତ ହୋଇଗଲାଣି ।ଏବେ ସମସ୍ତିଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଯେ ଏତେ ଶୀଘ୍ର ଓଭର ବ୍ରିଜ ରେ ବିରାଟ ବିରାଟ ଫାଟ ଓ ଗାତ ସୃଷ୍ଟି ହେଲା କେମିତି । ସେଥିପାଇଁ ସଂପୂକ୍ତ ବିଭାଗ ଘଟଣାର ତଦନ୍ତ କରି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ପାଇଁ ଜଟଣୀ ବାସୀଙ୍କ ପକ୍ଷରୁ ଦାବି ହେଉଛି ।