ଏଟିଏମ୍ କାର୍ଡ ବଦଳାଇ ୫୨ ହଜାର ଟଙ୍କା ଲୁଟ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଏଟିଏମ୍ ରେ ଚତୁରତାର ସହ କାର୍ଡ ବଦଳାଇ ପ୍ରାୟ ୫୨ ହଜାର ଟଙ୍କା ଲୁଟ୍ ହୋଇଥିବା ହିଞ୍ଜିଳି ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ବଡସାହିର ଉଦୟନାଥ ଗଉଡ ଗତ ୧୮ ତାରିଖରେ ହିଞ୍ଜିଳିକାଟୁ ଏସବିଆଇ ଶାଖା ଏଟିଏମ୍ ରୁ ୨ ହଜାର ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଏଟିଏମରୁ ଟଙ୍କା ଉଠାଇବା ସମୟରେ ଓସେଠାରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ପଛରେ ରହି ଏଟିଏମ୍ ପିନ୍ ଲକ୍ଷ୍ୟ କରିଥିଲେ। ପରେ ଉଦୟନାଥ ଏଟିଏମରୁ ଟଙ୍କା ବାହାର କରି ଟଙ୍କା ଗଣିବା ବେଳେ ଅପରିଚିତ ବ୍ୟକ୍ତି ଜଣଙ୍କ କୌଶଳ କ୍ରମେ ତାଙ୍କର ଏଟିଏମ୍ କାର୍ଡ ବଦଳରେ ଅବିକଳ ସେହିପରି ଦିଶୁଥିବାର ଅନ୍ୟ ଏକ କାର୍ଡ ଦେଇଥିଲେ। ଉଦୟନାଥ ଘରକୁ ଫେରିବା ପରେ ତାଙ୍କର ଏକାଉଣ୍ଟ୍ ରୁ ୧୦ହଜାର ଟଙ୍କା ଉଠା ଯାଇଥିବା ନେଇ ମୋବାଇଲ ମେସେଜ ପାଇଲେ। ଗତ ୨୧ରେ ଉଦୟନାଥ ବ୍ୟାଙ୍କ ଶାଖାକୁ ଯାଇ ତାଙ୍କର ଏକାଉଣ୍ଟ୍ ଯାଞ୍ଚ ପରେ ତାଙ୍କର ଏକାଉଣ୍ଟ୍ ରୁ ୫୨୩୮୦ ଟଙ୍କା ତାଙ୍କ ଅଜାଣତରେ ଲୁଟ୍ ହୋଇଥିବା ଜାଣି ପାରିଥିଲେ। ଘଟଣା ନେଇ ଉଦୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।‌ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୮୭୦/୨୪ ଅନୁଯାଇ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ ଚଳାଇ ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ