ଏତେ ଭାଷଣ କାହିଁକି

ଦିପ୍ତିମୟୀ ନାୟକ
ଆଜିକାଲି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ଭାଷଣ ଦେଇପାରନ୍ତି | ସେମାନଙ୍କ ଭାଷଣ ମାଧ୍ୟମରେ ଲୋକଙ୍କୁ ମୁଗ୍ଧ କରିପାରନ୍ତି ଆଉ ଶେଷରେ ମୁଖ୍ୟବକ୍ତା ମଧ୍ୟ ହୋଇଯାଆନ୍ତି | ହେଲେ କେବେ ଆପଣ ଭାବିଛନ୍ତି କି ଏହି ମୁଖ୍ୟବକ୍ତା ମାନଙ୍କର ଭାଷଣ ଯେତିକି ଲମ୍ବା ଚଉଡା ହୋଇଥାଏ ସେମାନଙ୍କ କାମ ସେତିକି ଉଚ୍ଚକୋଟିର ହୋଇନଥାଏ | ଅବଶ୍ୟ ଲୋକ ଜାଣିପାରନ୍ତି ବକ୍ତାଙ୍କ ବକ୍ତବ୍ୟ ଭିତରେ ଯେଉଁ କିଛି କଥା ଥାଏ ସେହି କଥାର କୌଣସି ଓଜନ ନଥାଏ | ଯଦିଓ ସବୁ ବକ୍ତା ସମାନ ନଥାନ୍ତି କିନ୍ତୁ କିଛି ବକ୍ତା ନିଜ ବକ୍ତବ୍ୟ ମାଧ୍ୟମରେ ନିରୀହ ଲୋକ ଗୁଡ଼ାଙ୍କ ଜୀବନ ବର୍ବାଦ କରିଦିଅନ୍ତି | ସେମାନଙ୍କ ବିଶ୍ୱାସକୁ ଅଣନିଶ୍ୱାସରେ ପରିଣତ କରିଥାଆନ୍ତି | ତେବେ ମୁଁ ଏଠାରେ କୌଣସି ନେତା ମନ୍ତ୍ରୀଙ୍କ କଥା କହିନାହିଁ ବରଂ ମୁଁ ଏଠାରେ କିଛି କୁହା ମୁଣ୍ଡା କପିଳା ମାନଙ୍କ କଥା କହିଛି | ଯେଉଁ କଥା ଶୁଣି ମୁଁ ଅନେକ ଥର ବିରକ୍ତ ମଧ୍ୟ ହୋଇଛି | ବେଳେବେଳେ ମନକୁ ଅନେକ ଗୁଡିଏ ପ୍ରଶ୍ନ ମଧ୍ୟ ଆଣିଛି | ସେଥିପାଇଁ ମୁଁ ବି ବେଳେବେଳେ ସେହିମାନଙ୍କୁ କହିଥାଏ ଏତେ ଭାଷଣ କାହିଁକି |ଆପଣମାନେ ଜାଣିଛନ୍ତି ଆଜିକାଲି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ସର୍ବଶ୍ରେଷ୍ଠ ମନେ କରନ୍ତି | ସଭାସ୍ଥଳ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସର୍ବଶ୍ରେଷ୍ଠ ଭାବିଥାଆନ୍ତି ସେଥିପାଇଁ ସେମାନେ ନିଜ ଅଜାଣତରେ ନିଜ ମୂର୍ଖାମୀର ପରିଚୟ ଦେଇଥାଆନ୍ତି |କାରଣ ସେମାନେ ଭୁଲି ଯାଇଥାନ୍ତି ସେମାନଙ୍କ ପାଇଁ ଭାଷଣ ଦେବା ଯେତିକି ସହଜ ହୋଇନଥାଏ ତାକୁ କାମରେ କରିକି ଦେଖେଇବା କେତେ କଷ୍ଟ ହୋଇଥାଏ | ହେଲେ ଏମାନେ କହି ଚାଲନ୍ତି ନିଜ ମୂର୍ଖାମୀର ପରିଚୟ ଦେଇଚାଲନ୍ତି | ଠିକ ସେମିତି ଥରେ ଜଣେ ମହାନ ବକ୍ତା କହିଲେ ଏ ମହାଶୟ ଜଣକ ମଞ୍ଚ ଉପରେ ବସି ଯାଉଛନ୍ତି ହେଲେ କିଛି କହୁ ନାହାଁନ୍ତି ୟାଙ୍କ ଜାଗାରେ ମୁଁ ଯଦି ଥାଆନ୍ତି ଲୋକଙ୍କୁ ମୋ କଥାରେ ଆକୃଷ୍ଟ କରି ରଖିଥାଆନ୍ତି | ହେଲେ ସେମାନେ ଜାଣିନଥାନ୍ତି ନୀରବ ରହିଥିବା ଲୋକଟି କାହିଁକି ତାଙ୍କ କଥାର କିଛି ଉତ୍ତର ରଖୁନାହାଁନ୍ତି କାହିଁକି ନା ସେ ଜାଣିଛନ୍ତି କହିବାକୁ କେତେ ସମୟ ଲାଗେ ଆଉ କୌଣସି କହିଥିବା କଥାକୁ ପୂରଣ କରିବାକୁ ହେଲେ ଏଠି କେତେ ବର୍ଷ ଲାଗିଯାଏ | ହୁଏତ ସମସ୍ତେ କହିପାରିବେ ୟାଙ୍କ ଜାଗାରେ ମୁଁ ଥିଲେ କଣ ନାଇଁ କଣ କରି ସାରନ୍ତିଣି କିନ୍ତୁ ଯେତେବେଳେ ତାଙ୍କ ଜାଗାକୁ ପଳେଇ ଆସିବ ସେତେବେଳେ ଭାବିବ କଥା ଅପେକ୍ଷା କାମରେ ଲୋକଙ୍କର ବିଶ୍ୱାସ ଥାଏ | କେତୋଟି ଶବ୍ଦର ସଂଯୋଜନା କରି ବଡ଼ ବଡ଼ ଭାଷଣ ଦେଇଦେଲେ ହେବନି ବରଂ ସେହି ଶବ୍ଦକୁ ଯୋଡି କାମରେ ଧ୍ୟାନ ଦେଲେ ବକ୍ତାର ବକ୍ତବ୍ୟ ସଫଳ ହୋଇଥାଏ | କିଏ କଣ କରିପାରୁଛି | କିଏ କଣ ନକରିପାରୁଛି ଏକଥା କିଏ କାହାକୁ କାହିଁକି କହିବେ ବରଂ ନିଜେ କଣ କରିବେ | ନିଜେ କେମିତି ନିଜ କଥାର ମର୍ଯ୍ୟାଦା ରଖିବେ ସେଥିପ୍ରତି ଧ୍ୟାନ ଦେଲେ ହୁଏତ କେହି କାହାକୁ କହିବେନି ଏତେ ଭାଷଣ କାହିଁକି | ସବୁବେଳେ ଗୋଟେ କଥା ମନରେ ରଖିବା ଉଚିତ କଥା ବଡ କରି କହିଦେଲେ ହେବନି ବରଂ ନିଜ କାମ କିପରି ବଡ଼ ହେବ ସେଥିପ୍ରତି ସେମାନେ ଧ୍ୟାନ ଦେବା ନିହାତି ଦରକାର | ତେବେ ସେହି ବକ୍ତା ଜଣକ ଯେତେବେଳେ ଆଉ କାହା ମାଧ୍ୟମରେ ମଞ୍ଚ ବସିଥିଲେ ସେତେବେଳେ ନିଜ ପାଟି କିପରି ଚୁପ ରଖିବେ ସେଥିପ୍ରତି ସେ ନିଜେ ମଧ୍ୟ ସତର୍କ ରହିଥିଲେ ହେଲେ ହେବ କଣ ଯେତେବେଳେ ସେହି ବକ୍ତା ଜଣକର ନିଜ ବକ୍ତବ୍ୟକୁ ସେହି ମଞ୍ଚ ଉପରେ ଉପସ୍ଥାପନା କରିବାକୁ କୁହାଗଲା ସେତେବେଳେ ବକ୍ତା ଜଣକ ଦେହ ହାତ ଥରି ପାଟି ଖନୀ ବାଜିଗଲା | ମଞ୍ଚ ତଳେ ଥିଲାବେଳେ ଅନେକ ଭାଷଣ ମାରି କହୁଥିଲେ ମୁଁ ତା ଜାଗାରେ ଥିଲେ ଏଟା କହିଥାଆନ୍ତି ସେଟା କହିଥାଆନ୍ତି ଆଉ ଯେତେବେଳେ ମଞ୍ଚ ଉପରକୁ ଉଠିଗଲେ ସେତେବେଳେ କାହିଁକି କିଛି କହିପାରିଲେନି କାରଣ ମଞ୍ଚ ତଳେ ଚିତ୍କାର କରି ଅନ୍ୟକୁ ଆକ୍ଷେପ କରି କହିବା ସହଜ ହୋଇଥାଏ ଆଉ ଯେତେବେଳେ ନିଜେ ମଞ୍ଚ ଉପରକୁ ଯାଇ କିଛି କହିବାକୁ ପଡିଥାଏ ସେତେବେଳେ ଜଣା ପଡିଥାଏ ଭାଷଣ ଦେବା କେବେ ସହଜ ହୋଇନଥାଏ |
ତେବେ ଆଜିକାଲି ଦୁନିଆରେ ସବୁଠି ଭାଷଣବାଜି ଚାଲିଛି | ଫଳରେ ଅନେକ ଲୋକ ଏଥିରେ ଅସନ୍ତୁଷ୍ଟ ହୋଇଛନ୍ତି ହେଲେ କେହି କାହାକୁ ପ୍ରତିବାଦ କରିନାହାନ୍ତି | କେବଳ ଏହିକଥା କହିଥାଆନ୍ତି କହିବା ଲୋକ ବଡ଼ ନା ସହିବା ଲୋକ ବଡ଼ | ହେଲେ ଏମାନେ ଭୁଲି ଯାଇଥାଆନ୍ତି ଏହି କହିବା ଲୋକମାନେ ହିଁ ଅନ୍ୟକୁ ବଦଲାମ କରିଛନ୍ତି | କେତେବେଳେ କାହା ଚରିତ୍ର ଉପରେ ଭାଷଣବାଜି ତ ଆଉ କେତେବେଳେ କାହା କର୍ମକ୍ଷେତ୍ର ଉପରେ ଭାଷଣବାଜି ମାରିଛନ୍ତି ତ ପୁଣି କେତେବେଳେ ଅନେକ ପରିବାର ଭିତରେ ଅଶାନ୍ତିର ଝଡ଼ ସୃଷ୍ଟି କରିଥାଆନ୍ତି | ତଥାପି ଏ ଲୋକ ଲୋକପ୍ରିୟତା ପାଇଚାଲନ୍ତି ଆଉ ଭଲ ଲୋକ ନିନ୍ଦା ଅପବାଦ ସହି ଚାଲିଥାଆନ୍ତି | ଶେଷରେ ଏତିକି କହିବି ଭଲ କଥାକୁ ଯଦି ମୁହଁରୁ ବଚନ ବାହାରୁ ନାହିଁ ଏ ଅଯଥା ଭାଷଣ ଦେଉଥିବା ଲୋକଙ୍କୁ ଟିକେବି ଖାତିର କରନାହିଁ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ