ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଏବଂ ଅବନ୍ତୀପୁରା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ଏହି ୨ଟି ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୋପିଆନ ଜିଲାର ମୁନାନ୍ଦ ଅଞ୍ଚଳରେ ଯବାନଙ୍କ ସହିତ ଗୁଳିବିନିମୟରେ ୫ ଆତଙ୍କୀ ଏବଂ ଅବନ୍ତୀପୁରାରେ ଘଟିଥିବା ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି । ସୂଚନା ଅନୁସାରେ, ସୋପିଆନର ମୁନାନ୍ଦ ଅଞ୍ଚଳରେ ବୁଧବାର ରାତି ପ୍ରାୟ ୧୨ଟାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। କିଛି ଘଣ୍ଟା ମଧ୍ୟରେ ଜଣେ ଆତଙ୍କୀ ନିହତ ହୋଇଥିଲେ। ଏହା ପରେ ଅନ୍ଧାର ଯୋଗୁ ଅପରେଶନକୁ ରୋକା ଯାଇଥିଲା। ଗୁରୁବାର ପୁଣି ଥରେ ଏନକାଉଣ୍ଟର ଜାରି ରହିଥିଲା, ଯେଉଁଥିରେ ଆଉ ଜଣେ ଆତଙ୍କୀ ନିହତ ହୋଇଥିଲା। ଶୁକ୍ରବାର ସକାଳେ ପୁଣି ଗୁଳିବିନିମୟ ଘଟିଥିଲା। ଏଥିରେ ୪ ଆତଙ୍କୀ ନିହତ ହୋଇଥିଲେ। ଅନ୍ୟପଟେ ଅବନ୍ତୀପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ସହିତ ଯବାନଙ୍କର ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ