ଏମସିଏଏମ କଲେଜରେ ଆଲୋଚନା ଚକ୍ର

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମହାରାଜପୁର ସ୍ଥିତ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ପ୍ରାଣୀ ବିଜ୍ଞାନ ବିଭାଗ ଦ୍ଵାରା ଜୀବବିଜ୍ଞାନ ଗବେଷଣାରେ ପରିସଂଖ୍ୟାନର ବ୍ୟବହାର ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ବଡ଼ସାହି ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଫେସର ଡ଼. ଜୀବନ କୁମାର ପଣ୍ଡିତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଲୋଚନା ଚକ୍ରର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ. ରରୁଁଆ, ଏପି ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ସୋରଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀର୍ଷକ ସମ୍ବନ୍ଧିତ ତଥ୍ୟ ପ୍ରଦାନ କରିଥିଲେ. ବିଭାଗୀୟ ମୁଖ୍ୟ ଅଭିପ୍ସା ନାୟକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ, ବିଭାଗୀୟ ଅଧ୍ୟାପିକା ଅଭିଲିପସା ଗିରି ଧନ୍ୟବାଦ ଅର୍ପଣ କରିଥିଲେ. ଛାତ୍ର ପ୍ରତ୍ୟୁଷ ଲେଙ୍କା, ରିଶୀରାଜ ଆଚାର୍ଯ୍ୟ, ଅଭିଜିତ ଦାସ, ଜ୍ୟୋତି ପ୍ରକାଶ ପରିଡା ଛାତ୍ରୀ ସ୍ୱେତେଲିନା ଗିରି, ଜ୍ୟୋତିପ୍ରଜ୍ଞା ଦେ ପ୍ରମୁଖ ଆଲୋଚନା ଚକ୍ରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ