ଏସଲପିଓସ ୱେଲନେସ ସ୍ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଅଶିଲେପିଓସ ୱେଲନେସ୍ ପକ୍ଷରୁ ସ୍ଥାନୀୟ ଏନ ଏସି କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସଂସ୍ଥା ର ସଦସ୍ୟ ଏସକେ ସମିରୁଦ୍ଧିନ ଏବଂ ଟୋପାଜ ସଞ୍ଜୟ କୁମାର ଆପଟ ଙ୍କ ଆୟୋଜନ ରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସଂସ୍ଥା ର ବ୍ଲୁ ଡାଇମଣ୍ଡ ଡା: ପ୍ରତାପଚନ୍ଦ୍ର ମହାନ୍ତ,ରୂବିଷ୍ଟାର ମନୋରଞ୍ଜନ କବି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରଶିକ୍ଷଣ ଦେବାସହ ସଂସ୍ଥା ଦ୍ବାରା ନିର୍ମିତ ବିଭିନ୍ନ ଔଷଧ ଦ୍ଵାରା ଜନସାଧାରଣ ଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କୁ କିପରି ସମାଧାନ କରାଯାଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ।ଏହାସହ ଉକ୍ତ ଔଷଧ ର ବ୍ୟବସାୟ କରି ନିଜ ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ମାର୍ଗଦର୍ଶନ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଉପଖଣ୍ଡ ର କରଞ୍ଜିଆ, ଯଶିପୁର, ଠାକୁରମୁଣ୍ଡା, ଶୁକୃଳୀ ଆଦି ସ୍ଥାନରୁ ସଂସ୍ଥା ର ବହୁ ସଂଖ୍ୟକ ପୁରୁଷ ଓ ମହିଳା ସଦସ୍ୟ ମାନେ ଆସି ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ ସଦସ୍ୟା ଯମୁନା ପାତ୍ର ପରିଚାଳନା କରିଥିବାବେଳେ ଅନ୍ୟମାନେ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ