ଓକିଲଙ୍କୁ ଆକ୍ରମଣ ମାମଲା ପୁଲିସ ହାତରେ ଜଣେ ଅଭିଯୁକ୍ତ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡାର ଓକିଲ ଆଶିଷ କୁମାର ରାଉତଙ୍କୁ ଗତ ୨୪/୯/୨୪ ତାରିଖ ଦିନ ମାରଣାତ୍ମକ ଆକ୍ରମଣ କରିବା ସହ ପାଞ୍ଚ ହଜାର ଟଙ୍କା ଓ ମୋବାଇଲ ଲୁଟିନେଇ ତିନିଜଣ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ। ଦୀର୍ଘ ୧୪ ଦିନ ବିତିଯାଇଥିଲେ ମଧ୍ୟ ଆସାମୀ ମାନଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହେବାର ପ୍ରତିବାଦ କରି ଅକ୍ଟୋବର ୭ ତାରିଖ ଦିନ ବୁଗୁଡା ଓକିଲ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରତିଶ୍ରୁତି ଦେବାପରେ ଓକିଲମାନେ ଧାରଣାରୁ ହଟିଥିଲେ। ଏନେଇ ବୁଗୁଡା ଥାନା କେଶ ନମ୍ବର ୪୪୬/୨୫/୯/୨୪ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୯(୨) ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଏହି ମାମଲାରେ ବୁଗୁଡା ପୋଲିସ ଅକ୍ଟୋବର ୧୩ ତାରିଖ ସକାଳ ୧୦ ଘଣ୍ଟା ୩୫ ମିନିଟରେ ବୁଗୁଡା ଥାନା ଅନ୍ତର୍ଗତ ନାଗିରି ଗ୍ରାମର ସ୍ୱର୍ଗତ ରବି ପ୍ରଧାନଙ୍କ ପୁଅ କାଳୁ ଚରଣ ପ୍ରଧାନ (୪୦) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି। ଅନ୍ୟ ଆସାମୀମାନଙ୍କୁ ଧରିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ