ଓଡ଼ିଆ କୃଷକ ରାଧେଶ୍ୟାମ ଦିଲ୍ଲୀରେ ସମ୍ମାନିତ

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ୍ ର ଅଗ୍ରଣୀ ଚାଷୀ ରାଧେଶ୍ୟାମ ବିଶ୍ଵାଳ ଙ୍କୁ ଦିଲ୍ଲୀରେ ସମ୍ମାନିତ କରାଯାଇଅଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ନୂଆଦିଲ୍ଲୀ ଠାରେ କୃଷି ବିଜ୍ଞାନ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ରେ ଯୋଗ ଦେଇ କେନ୍ଦ୍ର କୃଷି କୃଷକ ମନ୍ତ୍ରୀ ଶିବରାଜ ସିଂ ଚୈହାନ ଦେଶର କୃଷକମାନଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନ ଭୁବନେଶ୍ୱର ର ବିଭିନ୍ନ ପ୍ରଯୁକ୍ତି କୁ ଆପଣାଇ ଥିବା ସଫଳ ଚାଷୀ ରାଧେଶ୍ୟାମ ବିଶ୍ଵାଳ ଙ୍କୁ ନଵନ୍ଵେଷୀ କୃଷକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ କଣାସ ବ୍ଲକ୍ ର ଗଡ଼ ସାନପୁଟ ପଂଚାୟତ ର ଲୋକାପାଳ ଗ୍ରାମ ରେ ଜନ୍ମିତ। କୃଷକମାନଙ୍କୁ ଆଧୁନିକ କୃଷି ରେ ପ୍ରଯୋଗ ତଥ୍ୟ ପ୍ରଦାନ କରିଥାନ୍ତି। କୃଷକମାନଙ୍କ ଆର୍ଥିକ ଅବସ୍ଥା ପରିଵର୍ତନ ପାଇଁ ସହାୟତା ଯୋଗାଇଦେବା ପାଇଁ ସେ ଲାଗି ପଡନ୍ତି।ସେ ପନିପରିବା ଚାଷ, ବାଦାମ, ବିରି ଆଦି ଚାଷ ଉପରେ ତାଙ୍କର ରୁଚି ରହିଅଛି। ମହିଳା ଚାଷୀ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗୋ ପାଳନ ଠାରୁ ଆରମ୍ଭ କରି କୁକୁଡ଼ା ଫାର୍ମ ପଯ୍ୟନ୍ତ ସହାୟତା ପ୍ରଦାନ କରିଥାନ୍ତି। ଏଥିସହିତ ସମାଜସେବା କରିବା ତାଙ୍କର ନିଶା ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ