ଓଡିଶା ମୁଖ୍ୟ ବିଚାରପତିଙ୍କ ଦ୍ୱାରା କୋଟପାଡ଼ ବାର ବିଲ୍ଡିଂ ଓ ସି ଟାଇପ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

କୋରାପୁଟ,(ହେମନ୍ତ ପାଣିଗ୍ରାହୀ) କୋରାପୁଟ ଜିଲ୍ଲା କୋଟପାଡ଼ ବାର ଆସୋସିଏସନ ଭବନର ଆଜି ତା-୬ ଜାନୁୟାରୀ ୨୦୨୫ ସୋମବାର ଦିନ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି l ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧରି ସରନ ସିଂ ଅନୁଷ୍ଠାନିକ ଭାବେ ଆପରାହ୍ଣ ୪:୪୫ ମିନିଟ ରେ ରାଜ୍ୟର ବିଭିନ୍ନ ବାର ଭବନ ସହ କୋଟପାଡ଼ ବାର ଆସୋସିଏସନ ଭବନର ମଧ୍ୟ ଜଷ୍ଟିସ ଏସ୍ କେ. ସାହୁ ଭବନ କମିଟି ଚେୟାରମ୍ୟାନ, ଜଷ୍ଟିସ କେ ଆର୍ ମହାପାତ୍ର ପ୍ରଶାସନିକ ଜର୍ଜ ଓ ଅନ୍ୟାନ୍ୟ ଜଷ୍ଟିସ ମାନଙ୍କ ଉପସ୍ଥିତିରେ ଭିଡିଓ ଆଭାସି ମୋଡ଼ରେ ଉଦଘାଟନ କରିଥିଲେ l କୋଟପାଡ଼ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ତ୍ରିଜୀବ କୁମାର ନନ୍ଦ ଏବଂ ସଭାପତି ପଙ୍କଜ କୁମାର ପାତ୍ର ଉଦଘାଟନ ପୂର୍ବରୁ ଭୂମି ପୂଜନ କରିଥିଲେ l ଅନ୍ୟାନ୍ୟ ଓକିଲ ମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଦୀପ ବକ୍ସି, ସମ୍ପାଦକ ଶଙ୍କର ପଣ୍ଡା, ଯୁଗ୍ମ ସମ୍ପାଦକ ମୁକ୍ତେଶ୍ୱର ନାୟକ, କୋଷାଧ୍ୟକ୍ଷ୍ୟ ଦୁର୍ଗା ସାହୁ, ବରିଷ୍ଠ ଓକିଲ ମଣି ପ୍ରସାଦ ପଟନାୟକ, ଜିତେନ୍ଦ୍ର ନାଥ ମହାପାତ୍ର, ଗୁପ୍ତ ବେହେରା, ବାଳ କୃଷ୍ଣ ବିଶୋଇ, ଅଜିତ ପାତ୍ର, ଚିନ୍ମୟ ଷଡ଼ଙ୍ଗୀ, ହରିଶ ପଟନାୟକ, ପ୍ରଦୀପ୍ତ ବକ୍ସି, ବିଦ୍ୟୁତ ଲତା ବକ୍ସି, ଘନ ବିଶୋଇ, ଶ୍ରୀମନ୍ତ ପଣ୍ଡା, ଲକ୍ଷ୍ମୀ ସାହୁ, କିଶୋର ମିଶ୍ର, ଚନ୍ଦ୍ର ରାଓ, ଙ୍କ ସହ ସମସ୍ତ ଓକିଲ,କୋର୍ଟ ର କର୍ମଚାରୀ ଓ ରାସ୍ତା ଓ ଗୃହ ବିଭାଗ ର ଉପଖଣ୍ଡ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଓଡିଶା ଉଚ୍ଚ ନ୍ୟାୟଲୟଙ୍କ ଦ୍ୱାରା ଅନୁମୋଦିତ ହୋଇ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ