କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ,୬ ଲୋକସଭା ଭିତରୁ ୪ଟି ଆସନରେ ନୂଆ ପ୍ରାର୍ଥୀ

୨୦୧୯ ସାଧାରଣ ନିର୍ବାଚନ ପାଇଁ ଗତକାଲି ବିଳମ୍ବିତ ରାତିରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଲୋକସଭାର ୬ ଓ ବିଧାନସଭାର ୩୬ ଆସନ ଲାଗି ଅଖିଳ ଭାରତ କ˚ଗ୍ରେସ କମିଟିର ସାଧାରଣ ସ˚ପାଦକ ମୁକୁଲ ୱାସନିକ୍‌ଙ୍କ ଦସ୍ତଖତରେ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଘୋଷିତ ହୋଇଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବରଗଡରୁ ଅମର ପ୍ରଧାନଙ୍କ ସ୍ଥାନରେ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡାରୁ ହେମାନନ୍ଦ ବିଶ୍ୱାଳଙ୍କ ସ୍ଥାନରେ ଜର୍ଜ ତିର୍କୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ ଓ ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁଙ୍କ ସ୍ଥାନରେ ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ଦଳ ଭରଷା କରିଛି। ତେବେ କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ନବରଙ୍ଗପୁରରୁ ପ୍ରଦୀପ ମାଝିଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି ।ଅନ୍ୟପକ୍ଷରେ ୩୬ ବିଧାନସଭା ଆସନ ମଧୢରେ ବିରୋଧୀ ଦଳ ନେତା ନରସି˚ହ ମିଶ୍ରଙ୍କ ସମେତ ୩ଜଣ ବିଧାୟକଙ୍କ ନାମ ରହିଛି। ଶ୍ରୀ ମିଶ୍ର ପୂର୍ବଭଳି ବଲାଙ୍ଗୀର ଆସନରୁ ପ୍ରାର୍ଥୀ ହେବେ। ବିଧାୟକ ଭୂଜବଳ ମାଝୀଙ୍କୁ ଡାବୁଗାଁ ଓ ଜୟପୁରରୁ ତାରା ପ୍ରସାଦ ବାହିନୀପତିଙ୍କୁ ପ୍ରାର୍ଥୀ କରାଯାଇଛି।ପୂର୍ବତନ ବିରୋଧୀ ଦଳ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ ଏଥର ପୁଣି ପଦ୍ମପୁର ଆସନରୁ ପ୍ରାର୍ଥୀ ହେବେ। ନିପନ ଦାସଙ୍କୁ ବରଗଡ, ପୂର୍ବତନ ବିଧାୟକ ନିହାର ମହାନନ୍ଦ ଅତାବିରା, ରୋହିତ ଯୋଶେଫ ତିର୍କି ବୀରମିତ୍ରପୁର, ଡାକ୍ତର ସିଆର‌୍‌ ରାଜନ ରାଜଗାଙ୍ଗପୁର ଆସନରୁ କ˚ଗ୍ରେସ ପ୍ରାର୍ଥୀ ଭାବେ ଏଥର ନିର୍ବାଚନ ଲଢିବାକୁ ଦଳ ସ୍ବୀକୃତି ଦେଇଛି।ପୂର୍ବତନ ବିଧାୟକ ବିନୋଦ ପାତ୍ର ବୀର ମହାରାଜପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ଘାସିରାମ ମାଝୀ ନୂଆପଡା, ଅଧିରାଜ ପାଣିଗ୍ରାହୀ ଖରିଆର, ଉଇଧର ମାଝୀ ଝରିଗାଁ, ପୂର୍ବତନ ବିଧାୟକ ସଦନ ନାୟକ ନବରଙ୍ଗପୁର, ପୂର୍ବତନ ବିଧାୟକ ଶିବାଜୀ ମାଝୀ ଲାଞ୍ଜିଗଡରୁ କ˚ଗ୍ରେସ ପ୍ରାର୍ଥୀ ଭାବେ ଲଢିବେ। ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଦଳ ତାଙ୍କୁ ସାନଖେମୁଣ୍ତି ଆସନରେ ପ୍ରାର୍ଥୀ କରିଛି। ମୋହନାରୁ ଦାଶରଥୀ ଗମାଙ୍ଗୋ, ପଟ୍ଟାଙ୍ଗିରୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ କ˚ଗ୍ରେସ ଟିକେଟ ପାଇଛନ୍ତି। ଆଜି ମାଲକାନଗିରି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ମାଲା ମାଢୀଙ୍କୁ ଦଳ ଟିକେଟ୍‌ ଦେଇଛି। ସେ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ