କପିଳାସ ର ଉର୍ନତି ପାଇଁ ଧମେନ୍ଦ୍ର ପ୍ରଧାନ ଙ୍କୁ ଭେଟିଲେ ନବୀନନନ୍ଦ

ଢେଙ୍କାନାଳ, (ତାପସଦାସ):ନୂଆ ଦିଲ୍ଲୀ ରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଢେଙ୍କାନାଳ ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଯଥା କପିଳାସ ,ସପ୍ତଶଯ୍ୟା ଓ ମହିମା ଗାଦି ର ବିକାଶ ପାଇଁ କିପରି ଅଧିକ କେନ୍ଦ୍ରୀୟ ଅନୁଦାନ ଆସି ପାରିବ ସେଥି ନିମନ୍ତେ ବିସ୍ତୃତ ଆଲୋଚନା କଲି। ଏହି ତିନୋଟି ପର୍ଯ୍ୟଟନ ସ୍ଥଳୀ କୁ ରେଳ ପଥ ର ସଂଯୋଗ ଉପରେ ମଧ୍ୟ ମାନ୍ୟବର ମନ୍ତ୍ରୀ ଙ୍କ ସକାରାତ୍ମକ ବିଚାର ଅତି ପ୍ରଶଂସନୀୟ ଅଟେ । ତତ୍ ସଙ୍ଗେ ସଂଗେ ଢେ଼ଙ୍କାନାଳ ର ପ୍ରଥମ ସାଂସଦ ତଥା ଗଡଜାତ ଗାନ୍ଧୀ ସ୍ୱର୍ଗତ ସାରଙ୍ଗ ଧର ଦାସ ଙ୍କ ଙ୍କ ଜନ୍ମ ମାଟି “ହରେକୃଷ୍ଣ ପୁର” ଠାରେ ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ର ପ୍ରତିଷ୍ଠା ପାଇଁ ସରକାରୀ ସାହାଯ୍ୟ ଯୋଗାଇଦେବା ସହ “ସ୍ୱର୍ଗତ ସାରଙ୍ଗ ଧର ଙ୍କ ବିଚାର ଓ ଆଦର୍ଶ” ର ପ୍ରଚାର ପ୍ରସାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମାନ୍ୟବର ମନ୍ତ୍ରୀ ଖୁବ୍ ଶୀଘ୍ର ଏକ ବିସ୍ତୃତ ଯୋଜନା କୁ ବାସ୍ତବ ରୂପ ଦେବା ପାଇଁ ସଦୟ ସ୍ଵୀକୃତି ପ୍ରଦାନ କରିଥିଲେ। ଆସନ୍ତା ୧୧ ତାରିଖ ରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଙ୍କ “କପିଳାସ” ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେଦିନ କପିଳାସ ମନ୍ଦିର ର ବିଭିନ୍ନ ସମସ୍ୟା ନେଇ ଢେଙ୍କାନାଳ ଜିଲ୍ଲାପାଳ , ପ୍ରତ୍ନତତ୍ତ୍ଵ ବିଭାଗ ର ଅଧିକାରୀ , ସ୍ଥାନୀୟ ସେବାୟତ ଓ ବୁଦ୍ଧିଜୀବୀ ମାନଙ୍କ ସହ ବିଚାର ବିମର୍ଶ କରି ଏକ ସ୍ଥାୟୀ ସମାଧାନ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ