କରନା କବଳରେ ତହସିଲଦାର
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଏସଡିପିଓ ଓ ଇନ୍ସପେକ୍ଟର କରୋନା ଆକ୍ରାନ୍ତ ହେଇଥିଲେ । ଏବେ ଜଣେ ଓଏସ ଅଫିସର କରୋନା ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ଜଣା ପଡିଛି ।ଜିଲ୍ଲା ପ୍ରଶାସନ ତରଫରୁ ତହସିଲଦାର ଙ୍କୁ କରୋନା ପଜିଟିଭ ହେଇଛି ବୋଲି ସୂଚନା ଦେଇନଥିଲେ ମଧ୍ୟ ରଙ୍ଗେଈଲୁଣ୍ଡା ବ୍ଲକ କନିସି ତହସିଲ ରେ କାର୍ଯ୍ୟରତ ତହସିଲଦାର କରୋନା ଆକ୍ରାନ୍ତ ବୋଲି କୁହା ଯାଉଛି । ଗତ ଶୁକ୍ରବାର କରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଶୀତଳପଲ୍ଲୀ ଟାଟା କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ସେ ବର୍ତମାନ ସୁସ୍ଥ ଅଛନ୍ତି । ସୂଚନାଥାଉକି ରଙ୍ଗେଈଲୁଣ୍ଡା ବ୍ଲକ ଓ ତହସିଲ ଅଞ୍ଚଳରେ ୧୧୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ସଙ୍ଗରୋଧ କେନ୍ଦ୍ରରେ ପ୍ରାୟ ୪ହଜାର ରୁ ଉର୍ଦ୍ଧ ପ୍ରବାସୀ ଘରକୁ ଫେରିଥିବା ବେଳେ ଆଉ କିଛି ଏବେ ମଧ୍ୟ ଅଛନ୍ତି । ପ୍ରବାସୀଙ୍କୁ ସରକାରୀ ସୁବିଧା ଯୋଗେଇବା ରେ ଆକ୍ରାନ୍ତ ତହସିଲଦାର ଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ । ସେ କିଛି ଦିନ ତଳେ ଚିକେନ ପୋକ୍ସ ରେ ମଧ୍ୟ ଆକ୍ରାନ୍ତ ଥିଲେ ଏବଂ ଛୁଟିରେ ଥିଲେ ।ପୁଣି କାର୍ଯ୍ୟରେ ଯୋଗ ଦେଇ ସେ ପ୍ରବାସୀ ମାନଙ୍କୁ ସହଯୋଗ କରୁଥିଲେ । ନିଜ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କୁ ନେଇ ୨୪ ଘଣ୍ଟା ସେବା ଯୋଗାଉଥିବା ତହସିଲଦାର ଶେଷରେ ନିଜେ କରୋନା ରେ ଆକ୍ରାନ୍ତ ହେଇଛନ୍ତି । ଶନିବାର ତାଙ୍କ କାର୍ଯ୍ୟାଳୟ କୁ ସାନିଟାଈଜ କରି ତାଙ୍କ ସଂସ୍ପର୍ଶ ରେ ଆସିଥିବା କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ କିଛି କର୍ମଚାରୀ ମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି । ସେପଟେ ରଙ୍ଗେଈଲୁଣ୍ଡା ବ୍ଲକ ଅଧିକାରୀ ଓ କର୍ମଚାରୀ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି ।ଜିଲ୍ଲା ରେ ପ୍ରଥମ ଥର ଲାଗି ଜଣେ ଓଏଏସ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।