କିଶୋର ନ୍ୟାୟ ପୋଲିସ୍ ୟୁନିଟ୍ ଦାୟିତ୍ବ ଓ ଭୂମିକା ଉପରେ ଏକ ଦିନିକିଆ କର୍ମଶାଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ଏସଡିପିଓ ମାଧବାନନ୍ଦ ନାୟକଙ୍କ ଉପସ୍ଥିତିରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୪, ପାରଳାଖେମୁଣ୍ଡି ଠାରେ କିଶୋର ନ୍ୟାୟରେ ପୋଲିସ୍ ର ଭୂମିକା ଉପରେ ସ୍ବତନ୍ତ୍ର କିଶୋର ନ୍ୟାୟ ପୋଲିସ୍ ୟୁନିଟ୍ ସଦସ୍ୟଙ୍କ ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ପଣ୍ଡା ନିଜ ଆଭିମୁଖ୍ୟ ରଖିଥିଲେ କି ଜିଲ୍ଲାରେ ଘଟୁଥିବା ଶିଶୁମାନଙ୍କ ପ୍ରତି ନିର୍ଯ୍ୟାତନା, ଶୋଷଣ ଏବଂ ଆଇନ ସହ ଦ୍ବନ୍ଦ ଏବଂ ଆଇନ ସହିତ ସଂଶ୍ଲିଷ୍ଟ ଥିବା ଶିଶୁଙ୍କୁ କିପରି ତୁରନ୍ତ ଉଦ୍ଧାର କରି ସେବା ଯୋଗାଇବା ସହ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗର ସହଯୋଗ ନେଇ ଶିଶୁକୁ ମୁଖ୍ୟ ସ୍ରୋତରେ କିପରି ସାମିଲ୍ କରିହେବ ସେଥିପାଇଁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ।ଆଜିକାର ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ୧୦ ଗୋଟି ଥାନାର ଇନସପେକ୍ଟର ଓ ସବ୍-ଇନସପେକ୍ଟର ତଥା ୬ ଗୋଟି ଫାଣ୍ଡିର ସମସ୍ତ ଶିଶୁ କଲ୍ୟାଣ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଶିଶୁଅଧିକାର କୁ ତ୍ବରାନ୍ବିତ କରିବା, ଶିଶୁଙ୍କୁ ଯୌନ ନିର୍ଯ୍ୟାତନାରୁ ରକ୍ଷା କରିବା, ଶିଶୁଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇବା ସହ ସ୍ବତନ୍ତ୍ର କିଶୋର ନ୍ୟାୟ ପୋଲିସ ୟୁନିଟ୍ ଦାୟିତ୍ବ ଓ ଭୂମିକା ବିଷୟରେ ଆଲୋଚନା ହୋଇଥିଲା।ପରେ ଭୂବନେଶ୍ବରରୁ ଆସିଥିବା ସାଧନ ବ୍ୟକ୍ତି (Resource Person) ମନୋଜ କୁମାର ତ୍ରିପାଠୀ ଶିଶୁ ଅଧିକାର ର ବିଭିନ୍ନ ଧାରା ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ ପୋକସୋ ଆଇନ ବିଷୟରେ ଆଲୋକପାତ କରିଥିଲେ।ଅହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି ଅଶ୍ବୀନି କୁମାର ମହାପାତ୍ର ଯୋଗଦେଇ ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତରେ ପୋଲିସ୍ ର ଭୂମିକା ଉପରେ ଆଲୋଚନା କରିଥିଲେ ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସମସ୍ତଙ୍କ ସହଯୋଗରେ ଜିଲ୍ଲାର ଶେଷ ଶିଶୁଙ୍କୁ କିପରି ନ୍ୟାୟ ଦିଆଯାଇପାରିବ ତାହା ଉପରେ ଗୁରୁତ୍ବାରୋପ କରିବା ସହ ସରକାରଙ୍କ ଦ୍ବାରା ଜିଲ୍ଲାରେ ଥିବା ବିଭିନ୍ନ ସମ୍ବଳ ଉପରେ ଆଲୋକପାତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ, ୱାନ୍ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରଶାସିକା ସୁନିତା ରଥ, Aruna ର ଜିଲ୍ଲା ସଂଯୋଜକ ସାଇ ପ୍ରସାଦ ସାମଲ, Child Help Line, ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅଧ୍ୟକ୍ଷ/ଅଧ୍ୟକ୍ଷା, ପରିଚାଳକ, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଶକ୍ତି ସଦନର ସଦସ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଜୟପ୍ରକାଶ ବାଡ଼ତ୍ୟାଙ୍କ ତତ୍ତ୍ବାବଧାନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ