କୁଚିଣ୍ଡା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୩୧୭ ପଞ୍ଜିକରଣ
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର କଲ୍ୟାଣ ମଣ୍ଡପ ଠାରେ କୁଚିଣ୍ଡା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ ଙ୍କ ପ୍ରତ୍ୟକ୍ଷ ତ୍ବତ୍ତାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କୁଚିଣ୍ଡା ବ୍ଲକ ଅଞ୍ଚଳ ର ୩୧୭ ଜଣ ଭିନ୍ନକ୍ଷମ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ସୁବିଧା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ବୀରସୁରେନ୍ଦ୍ର ସାଏ ମେଡ଼ିକାଲ କୁଚିଣ୍ଡା ମେଡିକାଲ ରୁ ଅର୍ଥ ପେଡିକ ଡାକ୍ତର ସନ୍ତୋଷ କୁମାର ମିଶ୍ର , ମେଡିସିନ ବିଭାଗ ର ଲଲିତ କୁମାର ପ୍ରଧାନ,ଇଏନଟି ର ଗଙ୍ଗାଧର ପ୍ରଧାନ ,ଓପଥାମୋଜଲିଷ୍ଟ ଦୀପିକା ଯୋଶି, ସାଇକୋଲୋଜିଷ୍ଟ ସୁଲାତା ପତି, ଡିଡିଆରଓ ରବିନ୍ଦ୍ର ନାଥ ଶତପଥି ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।