କୁଚିଣ୍ଡା ରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ):ଓଡିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ତଥା ସମ୍ବଲପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର କୁଚିଣ୍ଡା ଟାଉନହଲ ଠାରେ କୁଚିଣ୍ଡା ବ୍ଲକସ୍ତରୀୟ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।ବିଡିଓ ଜୟନ୍ତ ସାହୁଙ୍କ ସଭାପତିତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ।ଏହି ଅବସରରେ ସେ କହିଥିଲେ ଯେ, ବେକାର ଯୁବତୀଯୁବକ ମାନେ ସରକାରୀ ଚାକିରୀ ପଛରେ ଗୋଡାଣିଆ ନହୋଇ ନିଜ ଦକ୍ଷତା ପ୍ରତିପାଦିତ ପୂର୍ବକ ବିଭିନ୍ନ ତାଲିମ ଗ୍ରହଣ କରି ଆତ୍ମନିଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ।ଏଥିରେ କୁଚିଣ୍ଡା ବ୍ଲକ ଜୋନ-୨ ଜିଲ୍ଲାପରିଷଦ ସଭ୍ୟ ଦିବ୍ୟରାଜ କିଷାନ,ଏମପି ପ୍ରତିନିଧି ରୁଦ୍ରପ୍ରତାପ ଦେଓ,ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ ସଂସ୍ଥା ଉପନିର୍ଦ୍ଦେଶକ ଶଙ୍କର ଚରଣ ମୁର୍ମୁ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଆରଇସିଟିଆଇ) ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ତ୍ରିପାଠୀ,ବ୍ଲାକ ପାନ୍ଥର ଜିଲ୍ଲା ସଂଯୋଜକ ସାଧନା ପୂରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଦ୍ବାରା ଉଦ୍ଦିଷ୍ଟ ସ୍ୱଳ୍ପ ସମୟ ମଧ୍ୟରେ ବିଭିନ୍ନ ତାଲିମ ଗ୍ରହଣ କରି ସରକାରୀ ଚାକିରୀଠାରୁ ଅଧିକ ରୋଜଗାର କରି ନିଜ ଭବିଷ୍ୟତ ଗଠନ କରିବାକୁ କହିଥିଲେ।ଏହି ଶିବିରରେ ଗୋଶାଳା ଓ ଅର୍ଡାବାହାଲର ସାହି ଏକ୍ସପୋର୍ଟ ପ୍ରାଇଭେଟ ଲିଃ, ରାଉରକେଲାର ସିଆଇପିଇଟି,ଗ୍ରାମ ତରଙ୍ଗ,ଷ୍ଟେଟ ଇନଷ୍ଟିଚ୍ୟୁସନ ଅଫ୍ ହୋଟେଲ ମେନେଜମେଣ୍ଟ,ବ୍ଲାକ ପାନ୍ଥର ଗାର୍ଡସ୍ ଆଣ୍ଡ ସର୍ଭିସ୍,ଏସବିଆରଏସଇଟିଆଇ,ସ୍କିଲ କୋନେକ୍ଟ ସର୍ଭସ ଏଲଏଲପି,ରେଙ୍ଗାଲି ସରକାରୀ ପଲିଟେକନିକ୍,ହୀରାକୁଦ ଓ ରାସନପୁରର ସରକାରୀ ଆଇଟିଆଇ ଏଭଳି ୧୦ଗୋଟି ପ୍ରମୁଖ ନିଜ ନିଃଶୁଳ୍କ ତାଲିମ ପ୍ରଦାନକାରୀ ସଂସ୍ଥା ସାମିଲ ହୋଇଥିଲେ।୧୮ରୁ ୩୫ବର୍ଷ ମଧ୍ୟରେ କୁଚିଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରୁ ମୋଟ ୨୨୩ଜଣ ଆଶାୟୀ ମହିଳାପୁରୁଷଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ଆସିଥିବା ପ୍ରମୁଖ ସଂସ୍ଥା ସେମାନଙ୍କ ନାମ ଟ୍ୟାଗ କରିଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ବିପିଏମ ବିଳାସୀ ଖାଲକୋ, ସେକ୍ସନ ଅଫିସର ତରୁଣପ୍ରସାଦ ବିଶ୍ବାଳ,ସିପି ସୁଦୀପ ଲାକ୍ରା,ବିଏଲସି ସୁବାସ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।