କେନ୍ଦ୍ର ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କେନ୍ଦ୍ରାପଡା କଂଗ୍ରେସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନ କରିବାକୁ ନେଇ କେନ୍ଦ୍ରାପଡା କଂଗ୍ରେସ ତୀବ୍ର ନିନ୍ଦା କରିଛି । ପୃଥିବୀରେ ସମ୍ମାନ ପାଉଥିବା ଏବଂ ଦେଶରେ ପୂଜା ପାଉଥିବା ଦଳିତ, ନିଷ୍ପେଷିତ, ଶ୍ରମିକଙ୍କ ଭଗବାନ ଡ. ଆମ୍ବେଦକର ସମସ୍ତଙ୍କୁ ସମାନ ଅଧିକାର ସମ୍ବିଧାନରେ ଦେଇଛନ୍ତି । ତାଙ୍କୁ ଗୃହମନ୍ତ୍ରୀ ଅମିତ ଶାହା ଅସମ୍ମାନ କରିବା ଏକ ନିନ୍ଦନୀୟ କାର୍ଯ୍ୟ ହୋଇଥିବାରୁ ସେ ଦେଶବାସୀଙ୍କ ନିକଟରେ ଭୁଲ ମାଗନ୍ତୁ । ତାଙ୍କୁ ଗୃହମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ ବୋଲି ପୂର୍ବତନ ବିଧାୟିକା ତଥା କଂଗ୍ରେସ ନେତ୍ରୀ ଡ. ସିପ୍ରା ମଲ୍ଲିକ ମଙ୍ଗଳବାର ସନ୍ଧ୍ୟାରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଆଦାନୀ ବିରୁଦ୍ଧରେ ଆମେରିକା ସରକାର ୱାରେଣ୍ଟ ଜାରି କରିଥିବା ବେଳେ ବିଜେପି ସରକାର ତାଙ୍କୁ ସୁରକ୍ଷା ଦେଉଛି । ଏଥିପାଇଁ ସମ୍ବିଧାନ ସମ୍ପର୍କରେ ଆଲୋଚନା ସମୟରେ ଆମ୍ବେଦକରଙ୍କୁ ଅସମ୍ମାନ କରିବାକୁ ଗୃହମନ୍ତ୍ରୀ ପଛାଉ ନାହାଁନ୍ତି ବୋଲି ପ୍ରାକ୍ତନ ବିଧାୟିକା ଡ. ମଲ୍ଲିକ କହିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାରେ ତୁରନ୍ତ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ବିଜେପି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରାପଡାରେ ପ୍ରବାହିତ ଗୋବରୀ ସଂପ୍ରସାରିତ କେନାଲର ଉନ୍ନତିକରଣ କରିବା ନାଁରେ ତାକୁ ସଙ୍କୁଚିତ କରାଯାଇ ଡ୍ରେନେଜ୍ରେ ପରିଣତ କରାଯାଇଛି । ଏହି କେନାଲକୁ ଅତୀତରେ ନାଭିଗେସନ୍ ଭାବେ ବ୍ୟବହାର କରାଯାଉଥିଲା । ଏହାକୁ କଟକ ଜୋବ୍ରା କେନାଲ ଢଙ୍ଗରେ କରିବାକୁ ଡ. ମଲ୍ଲିକ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ହରିଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଦାନୀର ଦୁର୍ନୀତି ଓ କେଳାଙ୍କାରୀକୁ ଲୁଚାଇବା ପାଇଁ ରାହୁଲ ଗାନ୍ଧୀଙ୍କ ପାଟିକୁ ବନ୍ଦ କରିବା ପାଇଁ ଲୋକସଭା ଭଳି ଏକ ମହାନ ଗୃହରେ ବିଜେପି ଗୁଣ୍ଡାଗିରି କରିବାକୁ ନିନ୍ଦା କରିଥିଲେ । ଗଣତନ୍ତ୍ରର ମନ୍ଦିରରେ ଗୁଣ୍ଡାଗିରି କରୁଥିବା ସର୍ଦ୍ଦାର ଗୃହମନ୍ତ୍ରୀଙ୍କୁ ସରକାରରୁ ବହିଷ୍କାର କରାଯାଉ ବୋଲି ଦୁଇ କଂଗ୍ରେସ ନେତା ଦୃଢ ଦାବି କରିଥିଲେ । ଏହି ଦାବିକୁ ନେଇ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇବା ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ