କେଶାଇବାହାଲ ଡିଗ୍ରୀ କଲେଜରେ ପ୍ରବାସୀ ଭାରତୀୟ ଦିବସ ପାଳିତ

କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୟାସାଗର ପ୍ରଧାନଙ୍କର ପ୍ରତକ୍ଷ୍ଯ ତତ୍ତ୍ଵାବଧାନରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି । ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ କେଶାଇବାହାଲର ହଜାରେ ଅଠଚାଳିଶ ଛାତ୍ର ଛାତ୍ରୀ ଓ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ଉପସ୍ଥିତି ରେ ଏକ ବିଶାଳ ସଚେତନତା ରାଲି କାର୍ଯ୍ୟକ୍ରମ ବିଜିଡ଼ି କଲେଜରୁ ବାହାରି ଡାକବାଜି ଯନ୍ତ୍ର ରେ ବିଭିନ୍ନ ସଚେତନତା ସ୍ଲୋଗାନ ସହିତ ପୁରା କେଶାଇବାହାଲ ସହର ପରିକ୍ରମା କରିଥିଲେ । କଲେଜର ୧୨ ଗୋଟି ବିଭାଗ ପକ୍ଷରୁ ଗୋଟିଏ ବିଭାଗ ପରେ ଆଉଗୋଟିଏ ବିଭାଗ ନିଜ ନିଜ ବିଭାଗର ଫ୍ଲାକାଡ ଓ ବ୍ୟାନର ଧରି ସଚେତନତା ସ୍ଲୋଗାନ ଦେଇଥିଲେ । ସର୍ବପ୍ରଥମେ ପ୍ରାଣୀ ବିଭାଗ ଛାତ୍ରଛାତ୍ରୀମାନେ ରହିଥିବା ବେଳେ ତାଙ୍କ ଦଳକୁ ଅଧ୍ୟାପକ ବିନୋଦ ବିହାରୀ ପୃଷେଠ ଓ ଯଶୋଦା ମାଝୀ ପରିଚାଳନା କରିଥିଲେ । ଶିକ୍ଷା ବିଭାଗର କର୍ପୁର ରାଉତ, ଗିତାଞ୍ଜଳୀ ବେହେରା, ଉଦ୍ଭିଦ ବିଜ୍ଞାନର ଅଞ୍ଚଳି ପଟେଲ, ସମିକ୍ଷା ନାଏକ, ରାଜନୀତି ବିଜ୍ଞାନର ପ୍ରକାଶ ପଟେଲ ଅଧ୍ୟକ୍ଷ ଦୟାସାଗର ପ୍ରଧାନ, କମ୍ପୁଟର ବିଭାଗର ମିଲନ ନାଏକ ଓ ନରେନ୍ଦ୍ର ନାଏକ, ଓଡ଼ିଆ ବିଭାଗର ମନୋରମା ପଟେଲ, ମନିଷା ବେହେରା, ଗଣିତ ବିଭାଗର ହରେଶ ସାହୁ, ମଲୟ ବୁଡା, ଆରତି ବେହେରା, ଇତିହାସ ବିଭାଗର ସୁବାସିନୀ ପଟେଲ, ଶୋମ୍ଯରଞନ ସାହୁ, ରସାୟନ ବିଭାଗର ନମିତା ନାଏକ, ଭାରତୀ ଭୋଇ ଆଲୋକ ପଟେଲ, ଅର୍ଥନୀତି ବିଭାଗର ରୋଶନ ଶର୍ମା, ସିଦ୍ଧାନ୍ତ ଖଣ୍ଡେଲୱାଲ୍, ପଦାର୍ଥ ବିଜ୍ଞାନର ମନୋଜ ପଟେଲ, ବିକାଶ ପାଣି, ଦିନେଶ୍ ପଟେଲ, ଇଂରାଜୀ ବିଭାଗର ମୀନାକ୍ଷୀ ବେହେରା ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା , ପି.ଇ.ଟି ମନୋଜ ପଟେଲ, କିରାଣୀ ମନୋରଞ୍ଜନ ପଟେଲ, ଅଶୋକ ଭଏସା, ନରେନ୍ଦ୍ର ଟପ୍ପୋ ତଥା କଲେଜର ସମସ୍ତ କର୍ମଚାରୀମାନେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ