କୋଟି କୋଟି ଟଙ୍କାରେ ନିର୍ମିତ ଗଜପତିର ସରକାରୀ କୋଠା, ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସାଧାରଣଙ୍କ ସେବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ବହୁ ସରକାରୀ କୋଠା ନିର୍ମାଣ କରାଯାଇଛି. ହେଲେ ନିର୍ମାଣର ଦୀର୍ଘଦିନ ପରେ ସୁଦ୍ଧା ଏହି କୋଠା ଗୁଡିକୁ ବ୍ୟବହାର କରାନଯିବା ଯୋଗୁଁ ଏଗୁଡିକ ଭୂତ କୋଠିରେ ପରିଣତ ହେବା ସହ ବିଭିନ୍ନ ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି. ଏଭଳି ଭାବେ ଦୀର୍ଘ ବର୍ଷ ହେଲା ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବି.କଳାକଟ ଠାରେ ନୂତନ ଆରଆଇ କାର୍ଯ୍ୟଳୟ ନିର୍ମାଣ କରାଯାଇଥିଲା।କାର୍ଯ୍ୟଳୟ ଖୋଲିବା ସହିତ ଏହି କାର୍ଯ୍ୟଳୟରେ କାର୍ଯ୍ୟକାରୀ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ସରକାରୀ କୋଠା।ବଡ଼ କଳାକଟ,ରେଗିଡି ଓ ଡୁମ୍ବାଡା ଅଞ୍ଚଳବାସୀଙ୍କ ପାଇଁ ଏହି କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା।ତେବେ ନିର୍ମାଣ ପର ଠାରୁ ଏହି କାର୍ଯ୍ୟଳୟ ଆଜି ପର୍ଯ୍ୟନ୍ତ ବ୍ୟବହାର ନହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି।ସେହିପରି ଗୁମ୍ମା ସଦର ମହକୁମା କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଗୃହ,ମିଶନ ଶକ୍ତି ଗୃହ ଗୁମ୍ମା ଓ ହାଟପଦା କମ୍ୟୁନିଟି ସେଣ୍ଟର ନିର୍ମାଣ ହେବା ପରଠାରୁ କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହେଉଛି।ତେବେ ନିର୍ମାଣ ପରଠାରୁ ଅବଶିଷ୍ଟ ସରକାରୀ କୋଠା କେଉଁ ଉଦେଶ୍ୟରେ ନିର୍ମାଣ କରାଯାଇଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାର ବହୁ ସାମଗ୍ରୀ ଚୋରୀ ହୋଇଯାଇଥିବା ଜଣାପଡ଼ିଛି।ସରକାରୀ କୋଠା ଗୁଡିକ ଅବ୍ୟବହୃତ ହୋଇ ପଡ଼ି ରହିଥିବା ବେଳେ ଏହାକୁ ଅସାମାଜିକ ତତ୍ପମାନେ ବ୍ୟବହାର କରୁଥିବା ସହ ସଞ୍ଜ ନଇଁଲେ ଏଠାରେ ଅସାମାଜିକ ଆଡ୍ଡା ଜମୁଛି।ଏଠି ପ୍ରଶ୍ନ ଉଠୁଛି ଯଦି ସରକାରୀ କାର୍ଯ୍ୟାଳୟ ଆବଶ୍ୟକତା ନାହିଁ ତାହେଲେ ଏତେ ଟଙ୍କା ବିନିଯୋଗ କରି କାହିଁକି ସରକାରୀ କୋଠା ନିର୍ମାଣ କରାଗଲା।ଯଦି ନିର୍ମାଣ କରାଗଲା ତେବେ ଏହାକୁ ବ୍ୟବହାର କରିବାକୁ ବିଭାଗ ପକ୍ଷରୁ କୁହାଯାଉନାହିଁ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।ଏଭଳି ପରିସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠା ଗୁଡ଼ିକକୁ ଅନ୍ତତଃ ପକ୍ଷେ ଅନ୍ୟ କୌଣସି ବିଭାଗକୁ ଦିଆଯାଇ ବ୍ୟବହାର କରାଯିବା ସହ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ