କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ
ବିଦ୍ୟାଳୟ ଖୋଲିବାରେ ରହୁନାହିଁ ନିର୍ଦ୍ଦିଷ୍ଟ ସମୟ ସୀମା
କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ଅଧିନସ୍ତ ଗ୍ରାମାଞ୍ଚଳ ରେ ରହିଥିବା ସ୍କୁଲ ମାନଙ୍କ ରେ ଶିକ୍ଷା ଦାନ ଅବ୍ୟବସ୍ଥା ଘେର ରେ ରହିଥିବା ବେଳେ ବିଦ୍ୟାଳୟ ଖୋଲିବା ରେ ନିର୍ଦ୍ଦିଷ୍ଟ ସମୟ ସୀମା ରହୁନଥିବା ନେଇ ଅଂଚଳ ବାସୀଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ମଙ୍ଗଳ ବାର ବନମାଳୀ ପୁଟ ଗ୍ରାମ ପଞ୍ଚାୟତ ସରପଂଚ ଗୋରା ଯାନି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। କିନ୍ତୁ ଠିକ୍ ସମୟରେ ଗୋଟିଏ ବି ସ୍କୁଲ୍ ଖୋଲା ଯାଇନଥିବା ଦେଖି ବିଗିଡି ଥିଲେ ।ପ୍ରକାଶ ଥାଉ କି ନନ୍ଦପୁର ଓ ଲାମତା ପୁଟ ବ୍ଲକ ଅନ୍ତର୍ଗତ ବନମାଳୀ ପୁଟ, କୁମାର ଗନ୍ଧଣା, ଉମ୍ୱେଲ ଓ ଟିକର ପଡ଼ା ସହ ନନ୍ଦପୁର ବ୍ଲକ ର ସୀମାନ୍ତ ଅଂଚଳ ଚାଟୁଆ, ଖିନିବର୍, ହାତୀ ବାରୀ, ପାନ୍ଥ ଲୁଙ୍ଗ ପଞ୍ଚାୟତ ମାନଙ୍କ ରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ରେ ଶିକ୍ଷା ବ୍ୟବସ୍ଥା ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ସଠିକ୍ ସମୟରେ ବିଦ୍ୟାଳୟ ଖୋଲା ଯାଉ ନ ଥିବା ବେଳେ ଛାତ୍ର, ଛାତ୍ରୀ ମାନଙ୍କ ପାଠ ପଡ଼ା ଉପ ରେ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହେଉଛି। ଅନେକ ବିଦ୍ୟାଳୟରେ ପରିଚାଳନା କମିଟି ହୋଇ ନଥିବା ବେଳେ ଗଠନ କମିଟି ବିଦ୍ୟାଳୟ ଗୁଡ଼ିକ ରେ କମିଟି କୁ ନେଇ କେବେ ମଧ୍ୟ ବୈଠକ କିମ୍ବା ବିଦ୍ୟାଳୟ ପାଠ ପଡ଼ା ଉପରେ ଆଲୋଚନା ହୋଇ ନଥିବା ଅଭିଯୋଗ ହେଉଛି। ସେପଟେ ନୂତନ ସରକାର ଆସିବା ପରେ ପ୍ରାଥମିକ ଶିକ୍ଷା କୁ ସୃଦୁଡ କରିବାକୁ ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଛାତ୍ର, ଛାତ୍ରୀ ଙ୍କ ଶିକ୍ଷା ର ବିକାଶ ଉପରେ ଗୁରୁତ୍ୱ ଦେଇଥିବା ବେଳେ ଗ୍ରାମାଞ୍ଚଳ ରେ ଶିକ୍ଷା ର ବ୍ୟବସ୍ଥା ନେଇ ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେପଟେ ବିଦ୍ୟାଳୟ ଗୁଡ଼ିକ ରେ ଦୁଇ ରୁ ତିନି ଶିକ୍ଷକ ରହିଥିବା ବେଳେ ଶିକ୍ଷକ ଙ୍କ ମଧ୍ୟରେ ପାଳିଆ କରିଥିବା ଶୁଣିବାକୁ ମିଳିଛି । ଗୋଟିଏ ଦିନ ଜଣେ ଆସିଲେ ଆଉ ଦିନେ ଆଉ ଜଣେ ଆସୁଛନ୍ତି ସ୍କୁଲ।କିଏ କେତେବେଳେ ପଚାରିଲେ ଛୁଟିରେ ରହିଥିବା ଆଳ ଦେଖାଉଥିବା କୁହାଯାଉଛି ।ତେବେ ଏହି ପରି ଶିକ୍ଷକ ମାନସିକତା କୁ ସାଧାରଣ ରେ ଚିନ୍ତା ପ୍ରକଟ କରିଥିବା ବେଳେ ନିୟମିତ ଉଚ୍ଚ କତୃପକ୍ଷ ସମୀକ୍ଷା କଲେ ଶିକ୍ଷା ବ୍ୟବସ୍ଥାର ସୁଧାର ହୋଇ ପାରିବ ବୋଲି ଜନସାଧାରଣରେ କୁହାଯାଉଛି l