କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା, ବଡ଼ପଦର
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର କ୍ଲଷ୍ଟର ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ଚିଠି ଅନୁସାରେ ଆରଏସସି -12 ପୁପସ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଏଫଏଲଏନ (ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ) କାର୍ଯ୍ୟକ୍ରମ ବଡ଼ପଦର ସିଆରସିସି ଶ୍ରୀ ଲଳିତ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜନ କରାଯାଇଥିଲା l ଉକ୍ତ ମେଳାରେ ଆରଏସସି 12 ପୁପସ ପ୍ରଧାନ ଶିକ୍ଷକ ଶ୍ରୀ ନୀଳାଦ୍ରି କୁମାର ରାଉତ ସାମନ୍ତ, ଶ୍ରୀମତୀ ସବିତା ତ୍ରିପାଠୀ, ଶ୍ରୀ ଅଜୟ କୁମାର ହୋତା ନିପୁଣ ଓଡିଶା ମେଳା ର ଉଦ୍ଦେଶ୍ୟ ଓ ଏହାର ଉପକାର କଣ ତାଙ୍କ ଅଭିଭାଷଣ ରେ କହିଥିଲେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନାଏବ ସରପଞ୍ଚ ଶ୍ରୀ ଭକ୍ତରାମ ସୀସା, ସମାଜସେବୀ ଶ୍ରୀ ଜଗୁ ଡୁରୁ, ଶ୍ରୀମତୀ ହେମଲତା ମହାନ୍ତ, ପ୍ରତ୍ୟେକ ଗ୍ରାମରୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ /ସଦସ୍ୟା,15 ଟି ବିଦ୍ୟାଳୟ ରୁ ପ୍ରଥମ ରୁ ତୃତୀୟ ଶ୍ରେଣୀ ଛାତ୍ର /ଛାତ୍ରୀ ନିଜ ନିଜ ଟିଏଲଏମ ପ୍ରଦର୍ଶନ କରିଥିଲେ l ମେଳାରେ ମୋଟ ଚାରୋଟି ଷ୍ଟଲ ଥିଲା ଯଥା ସଂଖ୍ୟାଜ୍ଞାନ ଷ୍ଟଲ, ସାକ୍ଷରତା ଷ୍ଟଲ, ମତାମତ ଷ୍ଟଲ ଓ ସୃଜନାତ୍ମକ କାର୍ଯ୍ୟକଳାପ ଷ୍ଟଲ l ଏଥିରୁ 200 ଜଣ ଛାତ୍ର /ଛାତ୍ରୀ ଏବଂ 150 ଜଣ ଅଭିଭାବକ ଅଂଶଗ୍ରହଣ କରିଥିଲେ ଏବଂ ଚାରୋଟି ଷ୍ଟଲରେ ମୋଟ 100ଟି ଟିଏଲଏମ ଛାତ୍ର /ଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା l ସୃଜନାତ୍ମକ ଷ୍ଟଲ ରେ ଛାତ୍ର /ଛାତ୍ରୀ ମାନେ ନାଚ, ଗୀତ ଏବଂ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକଳାପ ମାନ ପ୍ରଦର୍ଶନ କରିଥିଲେ l
ବଡ଼ପଦର କ୍ଲଷ୍ଟର ବିଦ୍ୟାଳୟ ର ସମସ୍ତ ଏଫଏଲଏନ ଶିକ୍ଷକ /ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ l ଉପସ୍ଥିତ ଅଭିଭାବକ ସରକାର ଙ୍କ ଦ୍ୱାରା ପରିଚାଳିତ ଏଫଏଲଏନ କାର୍ଯ୍ୟକ୍ରମ କୁ ସ୍ୱାଗତ ଯୋଗ୍ୟ ଏବଂ ପ୍ରଶଂସନୀୟ ବୋଲି କହିବା ସହିତ ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କ ଭାଷା ଓ ମୌଳିକ ସଂଖ୍ୟାଜ୍ଞାନ ର ବୃଦ୍ଧି ହୋଇପାରିବ ବୋଲି ମତ ରଖିଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ଗଙ୍ଗାଧର ଖରା ପରିଚାଳନା କରିଥିଲେ l