ଖଣିଜ ସମ୍ପଦର ତସ୍କରୀକୁ ରୋକିବା ଦିଗରେ ବ୍ୟାପକ ଚଢାଉ କରିବାକୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାଜସ୍ବ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ସରକାର ଯତ୍ନବାନ । ମହିଳା ମାନଙ୍କୁ ସଶକ୍ତିକରଣ କରାଯାଇଅଛି । ଯେଉଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନକ୍ରୟ କାରବାର ନିମନ୍ତେ ଇଚ୍ଛା ପ୍ରକାଶକରୁ ନାହାନ୍ତି, ସେମାନଙ୍କୁ ବାଦ ଦେଇ ଅନ୍ୟ ଅନ୍ୟ ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସେହି ସୁଯୋଗ ଦେବା ସକାଶେ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚାଷୀଙ୍କ ଦ୍ବାରା ଉତ୍ପାଦନ ଧାନର ମାନ ସେମାନେ ବ୍ୟବହାର କରୁଥିବା ଚାରା ଉପରେ ନିର୍ଭର କରେ । ସେମାନେ ଯେଭଳି ଉତ୍ତମ ମାନର ଚାରା ବ୍ୟବହାର କରିଥିବେ ସେହି ଅନୁସାରେ ଅମଳ ହୋଇଥାଏ । ଏଣୁ ଉତ୍ତମ ଚାରାର ବ୍ୟବହାର ଦିଗରେ ଗୁରୁତ୍ବ ଆରୋପ କରିଥିଲେ । ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ।ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ବିଭାଗ ସମେତ ଧାନ କ୍ରୟ, ଶିଳ୍ପ ଏବଂଅନ୍ୟାନ୍ୟ ବିଭାଗର କାର୍ଯ୍ୟକାରିତା ଘେନି ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡଃ ପ୍ରମୋଦ କୁମାର ପୃଷ୍ଟି ସମେତ ଜିଲ୍ଲାର ସମସ୍ତ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ରାଜସ୍ବ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା କରଣ ନେଇ ଆଲୋଚନା ହୋଇଥିଲା । ଧାନ ସଂଗ୍ରହ ସକାଶେ 366 ଗୋଟି ଫ୍ୟାକ୍ସ, 111ଗୋଟି ମହାଳା ସ୍ବୟମ ସହାୟିକା ଗୋଷ୍ଠୀ ଏବଂ ଗୋଟିଏ ପାଣି ପଞ୍ଚାୟତ ଏଭଳି ସମୁଦାୟ 478 ଗୋଟି ପ୍ୟାକସ୍ ଦ୍ବାରା ଧାନ ସଂଗ୍ରହ କରାଯିବ । ସମୁଦାୟ 361 ଗୋଟି ମିଲ୍ ରେ ଧାନ ପ୍ରକ୍ରିୟା କରଣ କରିବାର ବ୍ୟବସ୍ଥା କରାଯାଇଛି । 146504 ଜଣ ଖରିଫ୍ ଧାନ ବିକ୍ରୟ କରିବା ସକାଶେ ପଞ୍ଜିକରଣ କରିଥିବା ସ୍ଥଳେ ସମସ୍ତ ଚାଷୀଙ୍କର ତଥ୍ୟ ଡିଆରସିଏସ୍/ଏଆରସିଏସ୍ ଦ୍ବାରା ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି । ତା.16.01.2025 ରିଖ ସୁଦ୍ଧା 435ପ୍ୟାକସ୍ ଦ୍ବାରା 4079 କୃଷକଙ୍କ ଦ୍ବାରା 173424.47 କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ବର୍ତ୍ତମାନ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଉଥିବା ଘେନି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ । ଚଳିତ ମାସ 3 ତାରିଖରୁ ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଦିନିଆ ବର୍ଷା ହୋଇଥିବା ଅଞ୍ଚଳରେ ଚାଷୀ ମାନଙ୍କର ଧାନର ସ୍ଥିତି ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଜାଣିବାକୁ ଚାହିଁଥିଲେ । ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ଧାନକ୍ରୟ କାର୍ଯ୍ୟ ଶେଷ ହୋବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ । ଯେଉଁ ଚାଷୀ ମାନଙ୍କର ଧାନ ଗମିଯାଇଛି ସେଗୁଡିକ ମଧ୍ୟ କ୍ରୟ କରିବା ଦିଗରେ ଚାଷୀଙ୍କ ଠାରେ ସ୍ପଷ୍ଟ କରାନ୍ତୁ ବୋଲି ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ର ଅବଗତ କରାଇଥିଲେ । ସରକାର ଚାଷୀ ମାନଙ୍କୁ ସହାୟତା ଦେବା ସକାଶେ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ ସ୍ପଷ୍ଟ କରି କହିଥିଲେ । ଗଞ୍ଜାମ ଜିଲ୍ଲାରେ ଯଥେଷ୍ଟ ମଣ୍ଡି ନାହିଁ। ଟେଣ୍ଡର ଆହ୍ବାନ କରି ନୂତନ ମଣ୍ଡି କରାଯିବ । ଆସନ୍ତା ଖରିଫ୍ ବେଳକୁ ମଣ୍ଡି ପ୍ରସ୍ତୁତ ହୋଇଯାଇଥିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।
ରାଜସ୍ବ ବିଭାଗର ମ୍ୟୁଟେସନ୍ ଓଏଲଆର୍, ବସୁନ୍ଧରା ଶିକ୍ଷାନୁଷ୍ଠାନ ଗୁଡିକୁ ପଟ୍ଟା ପ୍ରଦାନ, ଜମି ଅଧିଗ୍ରହଣ, ଗ୍ରାମ କଣ୍ଠ ପରମ ଭୋକ, ରାଜସ୍ବ ଆଦାୟ ଇତ୍ୟାଦି ବ୍ୟତୀତ ତହସିଲ କାର୍ଯ୍ୟାଳୟର ସେବା ତଥା ଷ୍ଟାଫ୍ ସମପର୍କିତ ସମସ୍ୟା ସମାଧାନ ଗୁଡିକ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାର ସମସ୍ତ ତହସିଲରେ ସମୁଦାୟ 703 ଗୋଟି ମ୍ୟୁଟୋସନ୍ ମକଦ୍ଦମା ରୁଜୁ ହୋଇଥିବା ବେଳେ 629 ଗୋଟିର ଫଇସଲା ଶେଷ ହୋଇଛି । ବସୁନ୍ଧରା ଯୋଜନାରେ 8667ଗୋଟି ଆବେଦନ ହସ୍ତଗତ ହୋଇଥିବା ଆବେଦନ ମଧ୍ୟରୁ 1643 ଗୋଟି ହିତାଧିକାରୀଙ୍କ ପଟ୍ଟା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତନ୍ମଧ୍ୟରୁ 757 ଜଣଙ୍କର ପଟ୍ଟା ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ କରାଯିବା ସକାଶେ ସ୍ଥିର ହୋଇଛି । ଆଦିବାସୀ ଜମିକୁ ଅଣ ଆଦିବାସୀ ଯଦି ଅକ୍ତିଆର କରିଛନ୍ତି ତେବେ କ୍ଷେତ୍ର ପରିଦର୍ଶନ କରି ସେଗୁଡିକ ତଦନ୍ତ କରି ଆଦିବାସୀ ଜମି ଗୁଡିକ ଯେଭଳି ଆଦିବାସୀଙ୍କ ଦଖଲରେ ରହିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରି ପଟ୍ଟା ପ୍ରଦାନ ଦିଗରେ ଆର. ଆଇ., ଅମିନ ଗଣ ତରବରିଆ ଯାଂଚ୍ ନକରି ସଠିକ ସମୟ. ନେଇ ଯାଂଚ୍ କରନ୍ତୁ ବୋଲି କୁହାଯାଇଥିଲା । ହିତାଧିକାରୀଙ୍କ ପରିବାର ବର୍ଗଙ୍କୁ ଦିଆଯାଉଥିବା ସରକାରୀ ଜମି ସେମାନଙ୍କର ଆବଶ୍ୟକତା କରୁଥିବା ଅଞ୍ଚଳରେ ଦିଆଗଲେ ସେମାନେ ପ୍ରକୃତ ଦଖଲ କରି ସେମାନଙ୍କର ଚାହିଦାକୁ ପୂରଣ କରିବେ । ତାହାକୁ ଆକଳନ କରି ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଜଣାଇଥିଲେ । ଯେଉଁ ସବୁ ଶିଳ୍ପ ପ୍ରତିଷ୍ଠାନକୁ ଶିଳ୍ପ ପ୍ରତିଷ୍ଠା ପାଇଂ ସରକାରୀ ଜାଗା ଦିଆଯାଇଛି, ଯଦି ସେଗୁଡିକ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି ବା କମ୍ ସ୍ଥାନରେ ଶିଳ୍ପ କରିଛନ୍ତି ଆଉ ଅନେକ ସ୍ଥାନ ବ୍ୟବହାର ହେଉ ନାହିଁ ସେଗୁଡିକୁ ପୁନର୍ବାର ରାଜସ୍ବ ବିଭାଗର ଦଖଲକୁ ଆଣିବାକୁ କହିଥିଲେ । ସେହିଭଳି ଯେଉଁ ବିଭାଗକୁ ରାଜସ୍ବ ବିଭାଗର ଜାଗା ଦିଆଯାଇଛି ବ୍ୟବହାର ହେଉନାହିଁ କି ଅଳ୍ପ ବ୍ୟବହାର କରିଛନ୍ତି ବଳକା ଜାଗା ଗୁଡିକ ମଧ୍ୟ ରାଜସ୍ବ ବିଭାଗ ଫେରାଇ ଆଣନ୍ତୁ ବୋଲି କୁହାଯାଇଛି । ଅନେକ ବିଜ୍ଞାପିତ ଅଞ୍ଚଳରେ ଲୋକଙ୍କ ପଟ୍ଟା ନାହିଁ । ପଟ୍ଟା ନଥିବା ଯୋଗୁଁ ସେମାନେ ଅନେକ ଅସୁବିଧା ଭୋଗୁଛନ୍ତି ସେହି ଅଞ୍େଚଳ ଗୁଡିକରେ ହାଇଟେକ୍ ସର୍ଭେ କରି ମିସ୍ ମ୍ୟାଚ୍ ସମସ୍ୟାର ସମାଧାନ କରି ପଟ୍ଟାଦେବାକୁ ପଦକ୍ଷେପ ଗ୍ରହଣ କରାଯିବ । ଗ୍ରାମ କଣ୍ଠ ପରମ ଭୋକ୍ତ ପଟ୍ଟା ପ୍ରଦାନ ସକାଶେ ଏକ ବର୍ଷ ମଧ୍ୟରେ ସର୍ଭେ କାମ କରିବା ସକାଶେ ମ୍ୟାନ ପାଓ୍ବାର ବୃଦ୍ଧି କରାଇବେ । ଓଆରଏସ୍ ଏ ଓଏଏସ୍ ମାନଙ୍କୁ ଫିଲ୍ଡ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ରାଜସ୍ବ ବିଭାଗକୁ ଅଧିକ ସଶକ୍ତ ଓ ସମୃଦ୍ଧ କରିବା ଘେନି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ