ଖବର କାଗଜ ବିତରକ ଗୁରୁତର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ସଦରମହାକୁମା ଛତ୍ରପୁର ରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି, ଏନେଇ ଜଣେ ଖବର କାଗଜ ବିତରକ ଏହାର ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି, ସ୍ଥାନୀୟ ବଡ଼ ଷ୍ଟେସନ ନିକଟ ରାସ୍ତା ରେ କେ. ପୁରୁଷୋତ୍ତମ ପାତ୍ର ନାମକ ଜଣେ ଖବର କାଗଜ ବିତରକ, ଖବର କାଗଜ ନିମନ୍ତେ ଯାଉଥିବା ବେଳେ ହଠାତ ଏକ ମାଙ୍କଡ ତାଙ୍କ ଉପରେ ଡେଇଁ ଆକ୍ରମଣ କରିଥିଲେ, ଯାହାଫଳ ରେ ସେ ଦୁର୍ଘଟଣା ଗସ୍ତ ହୋଇ ଗୁରୁତର ଅବସ୍ଥା ରେ ଛତ୍ରପୁର ମେଡିକାଲ ରେ ଭର୍ତି ହୋଇଥିଲେ, ପରବର୍ତୀ ସମୟରେ ଘର କୁ ଫେରିଥିଲେ, ସେ ନିହାତି ଗରିବ ଶ୍ରେଣୀ ହୋଇଥିବା ରୁ ତାଙ୍କୁ ସହାୟତା ପ୍ରଦାନ ନିମନ୍ତେ ଛତ୍ରପୁର ଖବର କାଗଜ ବିତରକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି, ସୂଚନା ଯୋଗ୍ୟ ମାଙ୍କଡ଼ ମାନଙ୍କ ଉପଦ୍ରବ ଯୋଗୁଁ ପୂର୍ବରୁ ବହୁ ଲୋକ ଆହାତ ହେବା ସହିତ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି, ଏନେଇ ବହୁ ସଂଗଠନ ପକ୍ଷରୁ ବିଭିନ୍ନ ଅଧିକାରୀ ମାନଙ୍କୁ ଭେଟି ସମସ୍ୟା ସମ୍ପର୍କ ରେ କୁହାଯାଇଥିଲେ ମଧ୍ୟ କୋଣସି କାର୍ଯ୍ୟ କାରି ହୋଇନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ