ଖାଦ୍ୟ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥାକୁ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର,(ଅନିଲ କୁମାର) : ଗଞ୍ଜାମ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଖାଦ୍ୟ ସାମଗ୍ରୀ ଉତ୍ପାଦନକାରୀ ଅଣୁ, କ୍ଷୁଦ୍ର, ଓ ମାଧ୍ୟମ ଉଦ୍ୟୋଗୀମାନଙ୍କୁ ଅକ୍ଟୋବର ୨୧ ତାରିଖ ଦିନ ବ୍ରହ୍ମପୁର ଡି.ଆଇ.ସି. କାର୍ଯ୍ୟାଳୟ ପରିସରରେ ଏକ ଦିବସିୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଡିଆଇସି ଜେନେରାଲ ମ୍ୟାନେଜର ହୃଷୀକେଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ବିଶ୍ୱ ରଞ୍ଜନ ବେହେରା, ଏଫ.ଏଫ.ଡି.ସି. ଉପ ନିର୍ଦ୍ଦେଶକ ଭି.ଭି. ରାମା ରାଓ, ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି, ଓ ଚକାଡୋଳା ପାଲିମର୍ସ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଟି.ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ସାଧନ କର୍ମୀ ଭାବେ ଯୋଗ ଦେଇ ଖାଦ୍ୟ ସାମଗ୍ରୀ ଉଦ୍ୟୋଗ ଗୁଡିକରେ ସ୍ଵଚ୍ଛତା ଓ ଉନ୍ନତ ମାନର ଖାଦ୍ୟ ସାମଗ୍ରୀ ଉତ୍ପାଦନ ବିଷୟରେ ଉଦ୍ୟୋଗୀମାନଙ୍କୁ ସଚେତନତା କରାଇଥିଲେ। ବ୍ରହ୍ମପୁର ଡିଆଇସି ଅଫିସ ଆଇପିଇଓ ଆର୍ତ୍ତତ୍ରାଣ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ