ଗଛ ପଡି ଭଞ୍ଜନଗର-ବ୍ରହ୍ମପୁର ଯାତାୟାତ ବ୍ୟାହାତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ରାତି ସାରା ଲଗାଣ ବର୍ଷା କାରଣରୁ ରାତ୍ରି ପ୍ରାୟ ୨ଟା ସମୟରେ ଭଞ୍ଜନଗର ନିକଟସ୍ଥ ଜିଲୁଣ୍ଡି ମୁଖ୍ୟ ରାସ୍ତା ଉପରେ ଏକ ଗଛ ପଡିଯିବାରୁ ଭଞ୍ଜନଗର – ବ୍ରହ୍ମପୁର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ରାତ୍ର ସମୟରେ ଯାତାୟାତ କରୁଥିବା ଅନେକ ବସ ରାସ୍ତା ଉପରେ ଅଟକି ରହିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଗଛ କଟାଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।