ଗଜପତି ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ୧୩ ତମ ସ୍ଥାପନା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ପକ୍ଷରୁ ଦଳର ୧୩ ତମ ସ୍ଥାପନା ଦିବସ ଓ ସମ୍ବିଧାନ ଦିବସ ଜିଲ୍ଲା କାର୍ଯ୍ୟାଳୟରେ ପାଳନ କରାଯାଇଥିଲା। ଏହାପରେ ଦଳ ତରଫରୁ ଜିଲ୍ଲାପାଳଙ୍କୁ ୨ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦୀର୍ଘ ବର୍ଷ ଧରି ଦାବି କରାଯାଉଥିଲେ ମଧ୍ୟ ପାରଳାଖେମୁଣ୍ଡି ଭଳି ପୂରାତନ ଓ ଐତିହାସିକ ପୌରପାଳିକା ପାଇଁ ଏକ ବାଇ ପାସ୍ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ଯାନବାହାନ ଚଳାଚଳ ବୃଦ୍ଧି ପାଉଛି ଯାହାଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି।ବାଇ ପାସ୍ ରାସ୍ତା ନିର୍ମାଣ ହେଲେ ସହରରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ହେବା ସହ ଲୋକଙ୍କ ସମୟ ମଧ୍ୟ ବଞ୍ଚିବ। ସେହିପରି ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା ଆବଶ୍ୟକ ଅନୁଯାୟୀ ପ୍ରଶସ୍ତିକରଣ ହୋଇପାରି ନାହିଁ ତତ୍ ସଙ୍ଗେ ସଙ୍ଗେ ମୂଖ୍ୟ ରାସ୍ତାର ଦୂରାବସ୍ଥା କହିଲେ ନସରେ। ଜିଲ୍ଲା ପ୍ରଶାସନ ନୂତନ ରାସ୍ତା ନିର୍ମାଣ କରିବା ପରିବର୍ତ୍ତେ ମରାମତି କରି କାମ ଚଳାଉଛନ୍ତି। ଏଥିରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କର କୋୖଣସି ଆନ୍ତରିକତା ନଥିବା ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଯଥାଶୀଘ୍ର ବାଇପାସ୍ ରାସ୍ତା ନିର୍ମାଣ ଏବଂ ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା ପ୍ରଶସ୍ତିକରଣ ସହ ନୂତନ ଭାବେ ନିର୍ମାଣ କରିବା ପାଇଁ ଦାବୀ କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଦଳ ତରଫରୁ ଅନଶନରେ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର କମଳାକାନ୍ତ ପଣ୍ଡା ଦାବିପତ୍ର ଗ୍ରହଣ କରିଥିଲେ। ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ବରେ ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା, ତ୍ରିନାଥ ପଟ୍ଟନାୟକ,ଲୋଗସ୍ ଦାସ୍ ବର୍ଦ୍ଧନ,ବୋୟାଜ ବେବର୍ତ୍ତା,ଲୁସେନ୍ୟ ଗମାଙ୍ଗ,ସୁଧିର ଚନ୍ଦ୍ର ପାଣି,ଟିଟୁ ଶବର,ନାଥାନ ଗମାଙ୍ଗ,ଗିବିନ୍ଷନ ଗମାଙ୍ଗ,ବିରଞ୍ଜନ ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ