ଗଡଖଙ୍କିରାଦୋଳମହୋତ୍ସବ ଉଦଘାଟିତ

ଢେଙ୍କାନାଳ, (ତାପସଦାସ):ଢ଼େଙ୍କାନାଳ ଜିଲ୍ଲାର ସୀମାନ୍ତ ଗ୍ରାମରୂପେ ପରିଚିତ ଗଁଦିଆ ବ୍ଲକ୍ ରଗଡଖଙ୍କିରା ଏକ ଐତିହ୍ୟସଂପନ୍ନ ଗ୍ରାମରୂପେ ପରିଚିତ ହୋଇଥିବାବେଳେ ଦୋଳପୂର୍ଣ୍ଣିମା ଓ ହୋଲି ମହାଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରଥମ ଦିନ ମାନ୍ୟବର ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଏଥିରେ ଭୁବନେଶ୍ଵରସ୍ଥିତ ସ୍ପର୍ଶ ହସପିଟାଲର ପ୍ରତିଷ୍ଠାତା ସତ୍ୟବ୍ରତ ଧୀର,ସରପଞ୍ଚ ରଂଜୁଲତା ଦାସ, ଗନ୍ଦିଆ ବ୍ଲକ୍ ପ୍ରତିନିଧି ରତିକାନ୍ତ ସାହୁ, ନିହଲ ପ୍ରସାଦ ମଣ୍ଡଳର ପ୍ରଦିପ୍ତ ଦାସ ସ ଜଳେନ୍ଦ୍ର ଜେନା ଓ ପ୍ରାକ୍ତନ ସମିତି ସଭ୍ୟ ଦିପକ ଦାଶ ସାମନ୍ତ ଯୋଗଦାନ କରିଖଙ୍କିରା ଅଂଚଳର ବିକାଶ ଦିଗରେ ଆଲୋଚନା କରିଥିଲେ। କୃଷି ଓ କୃଷକର ଉନ୍ନତୀ, ହରିପୁର ଠାରୁଗଡଖଙ୍କିରା ରାସ୍ତାର ଉନ୍ନତୀ ଓ ଜଳସେଚନର କାର୍ଯ୍ୟକ୍ଷମ ପାଇଁ ମନ୍ତ୍ରୀ ମହୋଦୟଙ୍କୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଥିଲା।ଏହାପରେ ପରେ ମହାପ୍ରଭୁ ରାଧାକୃଷ୍ଣଙ୍କର ବିମାନ ପ୍ରସୋଶନ ସହିତ ଗୋପାଳପିଲାଙ୍କ ଦ୍ୱାରା ଲଉଡି ଖେଳ ଅନୁଷ୍ଠିତ ହୋଇଥିଲା।ଏହି ବିମାନଯାତ୍ରାରେ ଦେଶ କୋଠ,ଯାଦବ ସଂଘ, ତାରେଣୀ ମନ୍ଦିର ଓ ବ୍ରହ୍ମ ସାହି ବିମାନ ଯୋଗଦେଇ ଗ୍ରାମ ପରିକ୍ରମା କରି ଅବିର ପ୍ରଦାନରେ ଏକ ବାସନ୍ତୀକ କାନ୍ତୀର ରୂପଚଯ୍ୟା ସୃଷ୍ଟି ହୋଇ ପ୍ରେମବିରହିଣୀ ରାଧାକୃଷ୍ଣଙ୍କର ଅମରଗାଥା ଗ୍ରାମବାସୀ ଉପଲବ୍ଧି କରିଥିଲେ। ଏହି ଉପଲକ୍ଷେ ଯଥାବିଧିରେ ପ୍ରତିବର୍ଷ ଭଳି ଦିବ୍ୟଶ୍ରୀ କଳାଙ୍କୁଜ ତରଫରୁ ୨ ରାତ୍ରୀ ଧରି ନାଟକ ହାକୃଷ୍ଣ ବୋଲି ଯାଉଜୀବ ଓ କାନ୍ଦେନାଲୁହ ସରିଯିବ ମଞ୍ଚସ୍ଥ ହୋଇଥିଲା।ଏହା ପରଦିନ ପ୍ରାତଃଗଣକ ଦ୍ୱାରା ପାଞ୍ଜି ପଠନ କରାଯାଇ କୃଷି ସଂବଧିୟ ଆଗାମୀ ସୂଚନା ଗ୍ରାମବାସୀମାନେ ଶ୍ରବଣ କରିଥିଲେ।ନାମସଂକୀର୍ତ୍ତନ କରାଯାଇହୋଲି ଖେଳ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକାହି କେଉଁ ଆବାହମାନରୁ ଏକ ଭାଇଚାରା ଭାବର ସୂଚନା ଦେଇ ପାଳିତ ହୋଇ ମହାପ୍ରଭୁଙ୍କର ଆଶିଷ ମିଳିପାରୁଛି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ