ଗୋପାଳପୁର ବନ୍ଦର ନିକଟରେ ଲଙ୍ଗର ପକାଇଥିବା ଆଇଏନଏସ କୁଠାରକୁ ବୁଲି ଦେଖିଲେ ୟୁରୋ ସ୍କୁଲର ବିଦ୍ୟାର୍ଥୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌ ସେନାର ଯୁଦ୍ଧ ଜାହାଜ “କୁଠାର” ରବିବାର ଠାରୁ ଲଙ୍ଗର ପକାଇଛି । ଏହି ଜାହାଜ କୁ ଦେଖିବାକୁ ନିମନ୍ତେ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୪.୩୦ ମିନଟ ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀ ନିମନ୍ତେ ଖୋଲା ରଖଯାଇଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅନ୍ତର୍ଜାତୀୟ ମାର୍କା ୟୁରୋ ସ୍କୁଲର ୯ଓ ୧୦ ଶ୍ରେଣୀ ର ବିଦ୍ୟାର୍ଥୀ ମାନେ ବୁଲି ବିଭିନ୍ନ ବିଷୟରେ ଜ୍ଞାନ ଆହୋରଣ କରିଥିଲେ l ଭାରତୀୟ ନୌ ସେନା ବାହିନୀ କିପରି ସେବା ଯୋଗାଇ ଦେଉଛି, ନୌ ବାହିନୀ କିପରି ଭାବେ ଦେଶ ମାତୃକାର ସେବା କରୁଛି, ଜାହାଜ ଭିତରେ ଥିବା ବିଭିନ୍ନ ଯୁଦ୍ଧ ଉପକରଣ ର କାର୍ଯ୍ୟ ବିଷୟରେ କର୍ମଚାରୀ ମାନଙ୍କୁ ପଚାରି ବୁଝିଥିଲେ l ସ୍କୁଲର ଏକାଡେମୀ ନିର୍ଦ୍ଦେଶକ ପ୍ରମୋଦ କୁମାର ମିଶ୍ର ବିଦ୍ୟାର୍ଥୀ ମାନଙ୍କ ସହିତ ଉପସ୍ଥିତ ରହି ଯୁଦ୍ଧ ଉପକରଣ ବିଷୟରେ ପିଲାଙ୍କୁ ବୁଝାଇଥିଲେ l ବନ୍ଦର ପକ୍ଷରୁ ପର୍ଯ୍ୟଟକ ତଥା ଯାତ୍ରୀ ମାନଙ୍କୁ ମୁଖ୍ୟ ଗେଟ୍ ଠାରୁ ଜେଟି ପର୍ଯ୍ୟନ୍ତ ବସ ଯୋଗେ ନିଆ ଯିବା ବ୍ୟବସ୍ଥା କରାଯାଇଛି । ଏହି ଜାହାଜ ର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡ ଙ୍କ ଠାରୁ ସମସ୍ତ ବିଷୟ ପଚାରି ବୁଝିଥିଲେ । କେଉଁ ପରିସ୍ଥିତରେ କେଉଁ ଭଳି ଜାହାଜ ଏବଂ ଏହାର କର୍ମଚାରୀ କିଭଳି କାର୍ଯ୍ୟ କରନ୍ତି ବୁଝି ପାରୁଛନ୍ତି । ସୂଚନା ଯୋଗ୍ୟ ଯେ, ନୌସେନା ସପ୍ତାହ ପାଳନ ଅବସର ରେ ବିଶାଖାପାଟଣା ଠାରୁ ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଗୋପାଳପୁର ବନ୍ଦର ବନ୍ଦର କୁ ଆସିଛି, ସେଠାରେ ନୌସେନା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ପ୍ରଦର୍ଶନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ