ଗ୍ରାମାଞ୍ଚଳରେ ବୃଦ୍ଧି ପାଉଛି କ୍ଵାକ ଚିକିତ୍ସକଙ୍କ ପ୍ରାଦୁର୍ଭାବ, ନକଲି ଡାକ୍ତର
ନକଲି ପାଥ ଲ୍ୟାବ ଉପରେ ଅଙ୍କୁଶ ଲଗାଇବାକୁ ଦାବୀ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ପଛୁଆ ଅଞ୍ଚଳ ଭାବେ ପରିଗଣିତ ସେ ମଧ୍ୟରୁ ଜିଲ୍ଲାର ପାଞ୍ଚପିଢ଼ ଅଞ୍ଚଳ ମଧ୍ୟ ଏକ ପଛୁଆ ଅଞ୍ଚଳ ଭାବେ ପରିଗଣିତ ଅଟେ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଏବେ କ୍ଵାକ ଚିକିତ୍ସକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଉପଖଣ୍ଡର ବିଭିନ୍ନ ଅଞ୍ଚଳର ବିଭିନ୍ନ ହାଟ ବଜାରରେ ରାଜ୍ୟ ଓ ରାଜ୍ୟ ବାହାର କିଛି ଅଣଓଡ଼ିଆ ବ୍ୟକ୍ତି ରାସ୍ତା କଡ଼ରେ ପସରା ମେଲାଇ କିଛି ବିଭିନ୍ନ ପ୍ରକାର ରୋଗର ସୁଲଭ ମୂଲ୍ୟରେ ଚିକିତ୍ସା ନିମନ୍ତେ ଔଷଧ ବିକ୍ରି କରୁଥିବା ଦେଖିବାକୁ ମିଳେ ସେମାନେ କୌଣସି ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ବା କୌଣସି ସାର୍ଟିଫିକେଟ ତାଙ୍କ ପାଖରେ ଥିବା ଭଳି ଜଣାପଡେ ନାହିଁ ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ଓ ଶିକ୍ଷାରେ ଅନଗ୍ରସର ଅଞ୍ଚଳ ହୋଇଥିବାରୁ ଏଠାକାର ନିରୀହ ଲୋକେ ବିଭିନ୍ନ ରୋଗର ସ୍ୱଳ୍ପ ମୂଲ୍ୟରେ ଚିକିତ୍ସାକୁ ବିଶ୍ୱାସ କରି ଠକାମୀର ଶିକାର ନେବାର ବହୁ ନଜିର ରହିଛି ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ଭଳି ମେଡ଼ିସିନ ଦୋକାନ, ପାଥ ଲାବ ମାନ ଖୋଲି ଦୋକାନୀ ମାନେ ନିଜେ ଡକ୍ଟର ସାଜି ରୋଗୀ ଚିକିତ୍ସା କରୁଥିବା ମଧ୍ୟ ଦେଖିବାକୁ ମିଳେ
କରଞ୍ଜିଆ ଅଞ୍ଚଳ ରେ କିଛି କ୍ଲିନିକ ଓ ଔଷଧ ଦୋକାନ ରେ ମଧ୍ୟ୍ୟ ଏଭଳି ଡାକ୍ତର ରୋଗୀଙ୍କ ନାଡୀ ପରୀକ୍ଷା କରିବା ସହିତ ରୋଗୀ ଦେଖି ଔଷଧ ଦେଉଥିବାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି
ଏପରିକି କିଛି ସଂସ୍ଥାର କିଛି ବ୍ୟକ୍ତି ଡାଇବେଟିସ, କିଡ଼ନୀ, ହାର୍ଟ, ବାତ, କଫର ଚିକିତ୍ସା ନିମନ୍ତେ ଔଷଧ ମାନ ବିକ୍ରୟ କରୁଥିବା ମଧ୍ୟ ଦେଖିବାକୁ ମିଳେ
ଗତକାଲି କେନ୍ଦୁଝର ଜିଲ୍ଲା ପାଣ୍ଡପଡା ଥାନା ଧରପଦା ଗ୍ରାମର ବିଜୟ କୁମାର ମୁଣ୍ଡାଙ୍କ ପୁଅ ସାହାରପଡା ଶିଶୁ ମନ୍ଦିର ରଦଶମ ଶ୍ରେଣୀ ର ଛାତ୍ର ଶୁକଦେବ ମୁଣ୍ଡାଙ୍କ କାଛୁ କୁଣ୍ଡିଆ ରୋଗ ଚିକିତ୍ସାରେ ଔଷଧ ଦୋକାନୀ ଦ୍ୱାରା ଭୁଲ ଚିକିତ୍ସା ଓ ଇଞ୍ଜେକ୍ସନ ଦେବା ଫଳରେ ଦୋକାନ ବାରଣ୍ଡା ରେ ମୃତ୍ୟୁ ବରଣ କରିବା ପରେ କ୍ଵାକ ଓ ନକଲି ଡାକ୍ତର ଙ୍କ ଚିକିତ୍ସା ଏବେ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ ସହିତ ଜନସାଧାରଣ ଏଭଳି ନକଲି ଡକ୍ଟର ବା କ୍ଵାକ ଚିକିତ୍ସକଙ୍କ ନିକଟରେ ଚିକିତ୍ସା ନକରାଇବା ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି ପ୍ରଶାସନ ଏଭଳି ଘଟଣା କରଞ୍ଜିଆ ଅଞ୍ଚଳ ରେ ଘଟିବା ପୂର୍ବରୁ ନକଲି ଡାକ୍ତର,ନକଲି ପାଥ ଲ୍ୟାବ ଗୁଡିକୁ ଚି଼ହ୍ନଟ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣ ରେ ଦାବୀ ହେଉଛି.