ଗ୍ରାସୀମ କମ୍ପାନୀରେ କ୍ଲୋରିନ ଗ୍ୟାସ ଲିକ ସମ୍ପର୍କିତ ମକ୍‌ଡ୍ରିଲ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ପରିସରରେ କ୍ଲୋରିନ ଗ୍ୟାସ ଲିକ ସମୟରେ କିଭଳି ଧନଜନଜୀବନ ସୁରକ୍ଷିତ କରାଯାଇପାରିବ ସେନେଇ ଏକ ମକଡିଲ ଅନୁଷ୍ଠିତ ହୋଇଯାଇଛି lଜିଲ୍ଲାପ୍ରଶାସନ ଓ ଗ୍ରାସୀମ ଇଣ୍ଡୋଷ୍ଟିଜ ମିଳିତ ଆନୁକୂଲ୍ୟରେ ଏବଂ ଗ୍ରାସୀମ ଇଣ୍ଡୋଷ୍ଟିଜ ୟୁନିଟ ମୁଖ୍ୟ ଅଜୟ ଗୁପ୍ତାଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି ମକ ଡ୍ରିଲକୁ ଏଡିଏମ୍‌ ଦେବଦତ୍ତ ପଣ୍ଡା ଉଦଘାଟନ କରିଥିଲେ l ଆଇପିଏସ ପ୍ରୋବେସନାଲ ମନୀଷା ସୌଗନ,ଡେପୁଟି କଲେକ୍ଟର ଅଭିଷେକ ସାହୁ, ଛତ୍ରପୁର ଏଡିସନାଲ ଏସ୍‌ପି ଚିନ୍ମୟ କୁମାର ନାୟକ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗଞ୍ଜାମ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ, , ଆସିଷାଣ୍ଟ ଡାଇରେକ୍ଟର ଏଫଏଣ୍ଡବି ରଞ୍ଜିତ କୁମାର ନାୟକ, ଡିପିଓ ଓଏସ୍‌ଡିଏମ୍‌ ଦେବେନ୍ଦ୍ର ନାୟକ, ଷ୍ଟେଟ ପାଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଦୀପକ କୁମାର ସାହୁ, ଆସିଷଣ୍ଟ ଫାୟାର ଅଫିସର ଧନୁର୍ଜୟ ମଳିକ, ମେଡିକାଲ ଅଫିସର ଡ଼ଃ. ହେମନନ୍ଦ ପଣ୍ଡା, ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ୟାସ ନିର୍ଗତ ସମୟରେ କିଭଳି ଏହାର ମୁକାବିଲା କରାଯିବା ସହ ସହାୟତା ଯୋଗାଇଦିଆଯାଇପାରିବ, ସେନେଇ ଡେମୋ କରି ଦେଖାଇଥିଲେ ଗ୍ରାସୀମ କମ୍ପାନୀ କର୍ମଚାରୀ । କମ୍ପାନୀରେ କାମ କରୁଥିବା ବେଳେ ସମସ୍ତେ ସେଫିଟରେ କାମ କାମ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ