ଘରେ କେହି ନଥିବା ବେଳେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ସୁନା ଗହଣା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଡାବର ପଂଚାୟତ ଅନ୍ତର୍ଗତ ଡାବର ଗ୍ରାମର ସୁକାନ୍ତ ଜେନାଙ୍କ ଘରୁ ଦୁବୃତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଆସବାବପତ୍ର ଲୁଟି ନେଇଥିବା ସୁକାନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ସନ୍ଧାନୀ କୁକୁର ସହାୟତରେ ତଦନ୍ତ ଚଳାଇଥିବା ଜଣାଯାଇଛି । ଅଭିଯୋଗ ମୁତାବକ ସୁକାନ୍ତ ଓ ତାଙ୍କ ପରିବାର ପାରାଦୀପରେ ରୁହନ୍ତି । ରବିବାର ରାତିରେ କେହି ଦୁବୃତ ତାଙ୍କ ଘର ପଛପଟ କବାଟକୁ ଭାଙ୍ଗି ଦେଇଥିବା ତାଙ୍କ ଶଢୁଙ୍କ ଠାରୁ ସୋମବାର ଫୋନ ମାଧ୍ୟମରେ ଜାଣିବାକୁ ପାଇଥିଲେ । ସେ ଘରକୁ ଆସି ଦେଖିଲା ବେଳକୁ ଘର ମଧ୍ୟରେ ଥିବା ମୂଲ୍ୟବାନ ଆସବାବପତ୍ର, ଟଙ୍କା, ସୁନା ଗହଣା, ପାଣି ମଟର ଆଦି ଚୋରି ହୋଇଯାଇଛି । ଯାହାକୁ ନେଇ ସେ ଅଭିଯୋଗରେ ଦର୍ଶାଯାଇଛନ୍ତି । ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ମାମଲା ରୁଜୁ କରାଯିବା ସହ ସନ୍ଧାନୀ କୁକୁର ସହୟତା ନିଆଯାଇଥିଲା । କିନ୍ତୁ ଦୁର୍ବୃତଙ୍କର କୌଣସି ଠାବ ମିଳି ନଥିବା ବେଳେ ତଦନ୍ତ ଜାରି ରହିଥିବା ଥାନାଧିକାରୀ ନିଳମଣୀ ନାୟକ ପ୍ରକାଶ କରିଛନ୍ତି ।