ଘର ପାନୁ ବୃଦ୍ଧି ପ୍ରସଙ୍ଗ ସ୍ଵତନ୍ତ୍ର କାଉନସିଲ୍ ବୈଠକ ଡକାଯାଉ:ପୀତବାସ ପଣ୍ଡା

ବ୍ରହ୍ମପୁର,(ଅନିଲ କୁମାର): ନିର୍ବାଚିତ କାଉନସିଲ୍ ନଥିବା ସମୟରେ ବ୍ରହ୍ମପୁର ମ୍ୟୁନିସପାଲିଟିର ତତ୍କାଳିନ କମିସନର ମନ ଇଛା ଘରପାନୁ ବୃଦ୍ଧି କରି ଲୋକଙ୍କ ଠାରୁ ଜୋର୍ ଜବରଦସ୍ତି ଘର ପାନୁ ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ।ବର୍ଦ୍ଧିତ ଘର ପାନୁ ପ୍ରତ୍ୟାହାର ଦାବିନେଇ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ତତ୍କାଳିନ ସରକାର ବା ମହାନଗର ନିଗମ କର୍ତ୍ତୃପକ୍ଷ କର୍ଣ୍ଣପାତ କଲେ ନାହିଁ । ଏହା ବିରୁଦ୍ଧରେ ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହୋଇଥିଲେ । କୌଣସି ବିଧିବଦ୍ଧ ବିଜ୍ଞପ୍ତି ନଥାଇ ,ଜନ ଶୁଣାଣି ନ କରି ଓ କାଉନସିଲ୍ ର ବିନା ନିଷ୍ପତିରେ ସରକାରୀ ସ୍ଥରରେ ତତ୍କାଳିନ ମ୍ୟୁନିସିପାଲିଟ କମିସନର ଯେଉଁ ବେଆଇନ୍ ଭାବରେ ଘର ପାନୁ ବୃଦ୍ଧି କରିବାକୁ ନିଷ୍ପତି ନେଇଥିଲେ ତାରି ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଯେଉ ମକଦମା କରାଯାଇଥିଲା ତାରି ଦୀର୍ଘ ଶୁଣାଣି ପରେ ଅର୍ଥାତ,ଯେହେତୁ କଟକ ଏବଂ ଭୁବନେଶ୍ବରରେ ବର୍ଦ୍ଧିତ ଘର ଟିକସ ବୃଦ୍ଧି ପ୍ରତ୍ୟାହାର ହୋଇସାରିଛି , ବ୍ରହ୍ମପୁର ମହାନଗର ନିଗମ ତିନି ମାସ ମଧ୍ୟରେ ଏହା ଉପରେ ବିଦ୍ଧିବଦ୍ଧ ନିଷ୍ପତି ନେବାକୁ ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।ଆଜି ଏହି ସଂକ୍ରାନ୍ତ ରେ ଆଇନଜୀବୀ ପୀତବାସ ପଣ୍ଡା ଏକ ଦରଖାସ୍ତ ମହାନଗର ନିଗମ କମିଶନର ଓ ମେୟର ଙ୍କୁ ପ୍ରଦାନ କରିଛନ୍ତି ଓ ଘର ପାନୁ ବୃଦ୍ଧି କୁ ପ୍ରତ୍ୟାହାର କରିବା ପାଇଁ ତୁରନ୍ତ କାଉନସିଲ୍ ର ଏକ ସ୍ୱତନ୍ତ୍ର ବୈଠକ ଡାକିବାକୁ ଦାବୀ କରିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଆଇନଜୀବୀ ସିଦ୍ଧାର୍ଥ ଦାସ ଆବେଦନକାରୀଙ୍କ ପକ୍ଷରୁ ମକଦ୍ଦମା ଲଢ଼ୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ