ଘର ବାରି ଜବରଦଖଲକୁ ନେଇ ସଂଘର୍ଷ ୫ ମହିଳାଙ୍କ ସମେତ ୧୧ ଆହାତ 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ସୁମନ୍ତପୁର ଗ୍ରାମରେ ଘର ବାରି ଜବରଦଖଲ କୁ କେନ୍ଦ୍ରକରି  ଦୁର୍ଯ୍ୟୋଧନ ସାହୁ ଏବଂ ସୁବାସ ଚନ୍ଦ୍ର ସାହୁ ଦୁଇ ପଡୋଶୀ ଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାରୁ ୫ ମହିଳା ଙ୍କ ସମେତ ଉଭୟ ପରିବାରର ୧୧ ଜଣ ଆହାତ ହୋଇଥିବା ଜଣାପଡିଛି।ଏନେଇ ଉଭୟପକ୍ଷ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୫/୨୫ ଏବଂ ୩୬/୨୫ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଏସ.ଜ୍ୟୋତି ରଞ୍ଜନ ବେହେରା ଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି।ମଙ୍ଗଳବାର ଅପରାହ୍ନ ପ୍ରାୟ ୨ ଟାରେ ଦୁର୍ଯ୍ୟୋଧନ ଙ୍କ ଘର ବାରିପଟେ ଥିବା ପାଇଖାନା କୁ ତାଙ୍କ ପଡୋଶୀ ସୁବାସ  ଭାଙ୍ଗି ଦେବାରୁ ଉଭୟ ପରିବାର ଙ୍କ ମଧ୍ୟରେ ବଚସା ହୋଇଥିଲା।ପରେ ତାହା ଉଗ୍ରରୂପ ନେଇଥିଲା। ଉଭୟ ପରିବାର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଏଥିରେ ନିଳେନ୍ଦ୍ରି ସାହୁ,ପୂର୍ଣ୍ଣଚନ୍ଦ୍ର ସାହୁ,ଦୁର୍ଯ୍ୟୋଧନ ସାହୁ,ସୁଦାମ ସାହୁ,କୃଷ୍ଣ ସାହୁ, ରଶ୍ମିତା ସାହୁ,ସୁବାସ ଚନ୍ଦ୍ର ସାହୁ,ସଞ୍ଜୟ ସାହୁ,ରତ୍ନମାଳା ସାହୁ,ସନ୍ତୋଷ ସାହୁ,ଅଞ୍ଜଳି ସାହୁ ଆହାତ ହୋଇଥିଲେ ।ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପରେ ଉଭୟ ପରିବାର ଲୋକେ ଥାନାରେ ପହଞ୍ଚି ଏତଲା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ