ଚନ୍ଦ୍ରପୁରୁ ଵ୍ଲକ ଚେୟାରମ୍ୟାନଙ୍କୁ ବିନା ଦରଖାସ୍ତରେ ଜିଲ୍ଲାପାଳଙ୍କୁ ମିଶିବା ମନା

ମୁନିଗୁଡା,(ୱାଏନଏସ): ରାୟଗଡା ଜିଲ୍ଲାର ଉପାନ୍ତ ଚନ୍ଦ୍ରପୁରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ କୟୀନ କିମ୍ବାକାଙ୍କୁ ରାୟଗଡା ଜିଲ୍ଲାପାଳ ବିନା ଦରଖାସ୍ତରେ ମିଶିବାକୁ ଛାଡି ନଥିବାରୁ କିମ୍ଵାକା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଗୋଚରକୁ ଆଣିବା ସହ ଜିଲ୍ଲାପରିଷଦ ବୈଠକରେ ଉପସ୍ଥାପନା କରିବାକୁ ଶ୍ରୀ କ଼ଈନ କିମ୍ବାକା ଆମ ପ୍ରତିନିଧି ଆଗରେ ପ୍ରକାଶ କରିଥିଲେ।ଏଠାରେ ଗଣତନ୍ତ୍ରକୁ ହତ୍ୟା କରାଯାଇ ଲୋକ ପ୍ରତିନିଧୀଙ୍କୁ ଅଣଦେଖା କରାଯାଉଛି।ଯାହାର ଉଦାହରଣ ଆଜିରାୟଗଡାରେ ଜିଲ୍ଲାପାଳଙ୍କୁ ଦେଖାକରିବାକୁ ଯାଇ ଅପମାନ ଵୋଧକରି ଫେରିଆସିଛନ୍ତି ଚନ୍ଦ୍ରପୁରୁ ଵ୍ଲକ ଅଧ୍ୟକ୍ଷ । ବ୍ଲକର ଲୋକମାନଙ୍କ ସମସ୍ୟାନେଇ ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଵ୍ଲକ ଅଧ୍ୟକ୍ଷ କିମ୍ଵାକା ଗତ କାଲି ଷ୍ଟେନୋଙ୍କ ଠାରୁ ଅନୁମତି ନେଇଥିଲେ।ସେହି ଅନୁଯାଇ ଆଜି ଜିଲ୍ଲାପାଳଙ୍କୁ ସ୍ଲିପ୍ ଦେଇ ତାଙ୍କୁ ସାକ୍ଷାତ କରିବାକୁ ପ୍ରଵେଶ କରିବା ସମୟରେ ଷ୍ଟେନୋ କହିଲେ ଜିଲ୍ଲାପାଳ ମାଡାମ ମନା କରିଛନ୍ତି ସ୍ଲିପ୍ ବଦଳରେ ଦରଖାସ୍ତ ଦେଲେ ମାଡାମଙ୍କୁ ସାକ୍ଷାତ କରିଆରିଵେ।ଜଣେ ଜନପ୍ରତିନିଧି ହୋଇ ଵିନା ଦରଖାସ୍ତରେ ଜିଲ୍ଲାପାଳଙ୍କୁ ନ ଭେଟି ନିଜକୁ ଅପମାନ ବୋଧ କରି ଫେରି ଆସି ଚନ୍ଦ୍ରପୁରୁରେ ଗଣମାଧ୍ୟମରେ ଏସବୁ ପ୍ରତିକ୍ରୀୟା ଦେଇଛନ୍ତି।ବ୍ଲକ ଅଧ୍ୟକ୍ଷ ଏଥିରେ ପ୍ରତିକ୍ରୀୟା ଶୀଳ ହୋଇ ମୁଖ୍ୟମନ୍ତ୍ରୀଙ୍କ ଜଣାଇବେ ଵୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ