ଚିତ୍ରକୋଣ୍ଡା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା
ଚିତ୍ରକୋଣ୍ଡା, (ବିମଲ କିଶୋର ମିଶ୍ର): ଚିତ୍ରକୋଣ୍ଡା ବ୍ଲକର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳା ଦୋରାଗୁଡା ପଞ୍ଚାୟତର ଆର ଏସ ସି-06
ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା l ଉଦଘାଟନୀ ଉତ୍ସବରେ ସଭାପତି ରୂପେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସମାଜ ସେବି ସିଡ଼ି କିରସାନି , ମୁଖ୍ୟ ବକ୍ତା ରୂପେ ଦର୍ଲା ବେଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଦିଲ୍ଲୀପ କୁମାର ଓଝା ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମନ୍ତ ନାୟକ, ପ୍ରଧାନ ଶିକ୍ଷକ ଡମ୍ବରୁ ଧର ଗୋଲାରୀ ପ୍ରମୁଖ ଯୋଗ ଦେଇଥିଲେ l ପ୍ରଥମେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଧୂପ ଦୀପ ଓ ଅର୍ଘ୍ୟ ଦେଇ ନିବେଦନ କରାଯାଇ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା ପରେ ପରେ ମୂଲ୍ୟାୟନ ପାଇ ଆସିଥିବା ଶିକ୍ଷକ ମାନେ, ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ବୁଲି ଦେଖିଥିଲେ l ଅପରାହ୍ନର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ, ମୁଖ୍ୟ ବକ୍ତ ରୂପେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିଶ୍ୱ ନାଥ ସାହୁ, ସଭାପତି ସୁଶ୍ରୀ ଗାୟତ୍ରୀ ଦେବୀ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟl, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି, ଅଧ୍ୟାପକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଓଝା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହେମନ୍ତ କୁମାର ନାୟକ, ପ୍ରଧାନ ଶିକ୍ଷକ ଦମ୍ଭରୁ ଧର ଗୋଲାରୀ, ପ୍ରଫୁଲ୍ଲ ତ୍ରିପାଠୀ ଏବଂ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ l ଅତିଥି ମାନେ ସେମାନଙ୍କ ଅଭିଭାଷଣ ରେ କୁନି ବୈଜ୍ଞାନିକ ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇ ଅନେକ ଉପ ଦେଶାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ l ପରିଶେଷରେ ସାତଟି ବିଭାଗରେ ସାତଟି ପ୍ରକଳ୍ପ କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇ ଯୋଗ୍ୟ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିଲା l ମୋଟ 82 ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ପିଲାମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମଟି ମଞ୍ଚ ପରିଚାଳନା ଯାଚିନ୍ଦ୍ର ସ୍ୱାଇଁ ଏବଂ ଶିକ୍ଷକ ମାନେ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବାସିନ୍ଦା ଉଚ୍ଚ ପ୍ରଶଂସିତ କରିଥିଲେ l