ଚିତ୍ରାପୋଷି କୁସୁମି ଠାରେ ପାଦୁକା ସ୍ନାନ ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁସୁମି ଚିତ୍ରାପୋଷି ଠାରେ ବିଶ୍ଵ ଭାତୃତ୍ବ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତି ଆଶ୍ରମ ସ୍ବର୍ଣ୍ଣକ୍ଷେତ୍ର ମାହାଙ୍ଗା କଟକ ଆନୁକୂଲ୍ୟରେ ଚିତ୍ରାପୋଷି ଶାଖା ଠାରେ,ଠାକୁର ଶ୍ରୀଶ୍ରୀ କେଶବ ଚନ୍ଦ୍ର ଙ୍କ ପାଦୁକା ସ୍ନାନ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଆୟୋଜିତ ହୋଇଥିବା ବିଶ୍ବ କୈବଲ୍ୟ ଘୃତ ଶାନ୍ତି ଯଜ୍ଞ ର ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବାର୍ଷିକ ଉତ୍ସବ ପାଳିତ ହୋଇଆସୁଛି।ଏହି ଅବସରରେ ମାଘ ପୂର୍ଣ୍ଣିମା ଦିନ ଠାକୁର କେଶବ ଚନ୍ଦ୍ର ଦେଇଥିବା ପାଦୁକା କୁ ପୂଜାର୍ଚ୍ଚନା ପରେ ଘୃତ ରେ ସ୍ନାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଘୃତଯଜ୍ଞ,ନାମଯଜ୍ଞ, ଅର୍ଣ୍ଣଯଜ୍ଞ, ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ର କୋଣ ଅନୁକୋଣରେ ଥିବା ଶତାଧିକ ଗୁରୁଭାଇ ଭଉଣୀ ଙ୍କ ସମାଗମ ହୋଇଥିଲା।