ଛତ୍ରପୁର ସଂକୁଳ ଆଚାର୍ଯ୍ଯ ବନବିହାର କାର୍ଯ୍ୟକ୍ରମ, ମାଁ ଭୈରବୀ ମନ୍ଦିର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସଂକୁଳର( ଗୋପାଳପୁର, ନରେନ୍ଦ୍ରପୁର, ଭଞ୍ଜବିହାର, ଗଞ୍ଜାମ, ଛତ୍ରପୁର, ଓ ରମ୍ଭା ) ସମସ୍ତ ଆଚାର୍ଯ୍ଯ/ ଆଚାର୍ଯ୍ଯଙ୍କ ବନବିହାର କାର୍ଯ୍ୟକ୍ରମ ମାଁ ଭୈରବୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ସଂକୁଳ ପ୍ରମୁଖ ଡ଼ଃ ଜେ କୁର୍ମା ରାଓ ଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ। ସଂକୁୁଳ ସଂଯୋଜକ ତଥା ପ୍ରଧାନାଚାର୍ଯ୍ଯ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ଯ ବକ୍ତା ଭାବେ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ବିଦ୍ୟାଭାରତୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଶିଶୁମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଂକୁଳର ସମସ୍ତ ପ୍ରଧାନାଚାର୍ଯ୍ଯ ସହିତ ସମସ୍ତ ବିଦ୍ୟାଳୟର ମୋଟ ୧୬୫ଜଣ ଆଚାର୍ଯ୍ଯ ଆଚାର୍ଯ୍ଯା ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମର ବିଭିନ୍ନ ବ୍ୟବସ୍ଥା ଦାୟିତ୍ବରେ ଭଞ୍ଜବିହାର ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ଯ ଦଣ୍ଡପାଣି ସାହୁ ଥିଲେ।