ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୋଗରେ ଛାତ୍ର ଗିରଫ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୋଗରେ ଛାତ୍ର ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି କରଞ୍ଜିଆ ଥାନାରେ ଛାତ୍ରୀ ନିଜେ ଉପସ୍ଥିତ ହୋଇ ଦେଇଥିବା ଏତଲା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଥିବା ଏସଏସଆଇଟି ଡିପ୍ଲୋମା କଲେଜ ଛାତ୍ର ତଥା କରଞ୍ଜିଆ ଏନଏସି ୱାର୍ଡନଂ ୯ ବାଙ୍କୀସାହିର ବାସିନ୍ଧା ଦୀପକ ମହାପାତ୍ରଙ୍କ ପୁଅ ସାହିଲ ମହାପାତ୍ର ଓରଫ ରାଜା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ଜୈନେକ ନାବାଳିକା ଡିପ୍ଲୋମା ଏଲେକ୍ଟ୍ରିକଲ ଛାତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା ଏହାର ସୁଯୋଗ ନେଇ ଅଭିଯୁକ୍ତ ସାହିଲ ଯୁବତୀଙ୍କୁ ତାଙ୍କ ଉଲଗ୍ନ ଭିଡିଓ ହ୍ୱାଟ୍ସ ଆପ ମାଧ୍ୟମରେ ପଠେଇବାକୁ କହିଲା ନପଠେଇବାରୁ ଧମକ ଦେବାରୁ ଭୟରେ ତାଙ୍କୁ ନିଜ ଉଲଗ୍ନ ଭିଡ଼ିଓ ପଠେଇ ଥିବା ଉଲ୍ଲେଖ କରିବା ସହିତ ସେ ଭିଡ଼ିଓକୁ ଅଭିଯୁକ୍ତ ସାହିଲ ମହାପାତ୍ର ଅନ୍ୟ ମାନଙ୍କୁ ଛାତ୍ରୀଙ୍କ ଉଲଗ୍ନ ଭିଡ଼ିଓକୁ ପଠାଇ ଦେଇଥିଲା ଏହା ଜାଣିବା ପରେ ଛାତ୍ରୀ ଜଣଙ୍କ ଅଭିଯୁକ୍ତଙ୍କୁ ପଚାରିବାରୁ ଅଭିଯୁକ୍ତ ସାହିଲ ଛାତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଓ ବର୍ତମାନ ଛାତ୍ରୀଙ୍କ ବହୁତ ବଦନାମ ହେବା ସହିତ ସେ ଓ ତାଙ୍କ ପରିବାର କାହାକୁ ମୁହଁ ଦେଖାଇପାରୁ ନଥିବା ଏତଲାରେ ଉଲ୍ଲେଖ କରିଥିଲେ କରଞ୍ଜିଆ ଥାନା ଅଧିକାରୀ ନିରୋଧ ମଲ୍ଲିକ ଏତଲା ପାଇବା ପରେ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ ଓ ଅଭିଯୁକ୍ତ ସାହିଲ ମହାପାତ୍ରଙ୍କ ବିରୋଧରେ କେଶନଂ 360/2024 ଅନୁଯାଇ ଏକ ମାମଲା ରୁଜ୍ଜୁ କରି ଇନ୍ଫୋମେସନ ଟେକ୍ନୋଲୋଜି ଆକ୍ଟ 2000 ଅନୁଯାୟୀ ଧାରା 66(ଇ)/67/67ଏ ଭାରତୀୟ ନ୍ୟାୟ ସଂହିତା 2023 ଅନୁଯାୟୀ ଧାରା 352(2)/356(2)ରେ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜିଲ୍ଲା ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ