ଜାତୀୟ ରାଜପଥ ନିର୍ମାଣରେ ପ୍ରଦୂଷଣ ନିୟମକୁ ଫୁ

ସମ୍ବଲପୁର, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଗୌଡ଼ପାଲି ଠାରୁ ଜମନକିରା ବାବେଝୁରି ପର୍ଯ୍ୟନ୍ତ ଚାଲୁଛି। ୨୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାଜପଥ ନିର୍ମାଣ କାର୍ଯ୍ଯ ହେଉଥିବା ବେଳେ କାର୍ଯ୍ଯରେ ନିୟୋଜିତ ଠିକା ସଂସ୍ଥା ଅତି ଖାମଖିଆଲି ଭାବେ ନିର୍ମାଣ କାର୍ଯ୍ଯ କରୁଥିବା ଯୋଗୁଁ ସଂପୃକ୍ତ ଅଞ୍ଚଳର ପରିବେଶ ସମ୍ପୂର୍ଣ୍ଣ ପ୍ରଦୂଷଣମୟ ହୋଇପଡ଼ିଛି । ଅଭିଯୋଗ ଅନୁଯାୟୀଏହି ରାଜପଥ ନିର୍ମାଣ ବେଳେ ସଂପୃକ୍ତ ଠିକା ସଂସ୍ଥା ଦ୍ୱାରା ସ୍ଥାପିତ କରାଯାଇଥିବା ଅସ୍ଥାୟୀ ପିଚୁ କାରଖାନା ଓ ଏଥିରୁ ନିର୍ଗତ ଧୂଆଁ ଅଞ୍ଚଳରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି । ଏହି ଅସ୍ଥାୟୀ ପିଚୁତ ପ୍ଲାଣ୍ଟର ଧୂଆଁ ଅଞ୍ଚଳର ପ୍ରଦ୍ୟୁଷଣ ନଷ୍ଟ କରୁଥିବା ନେଇ ବାରମ୍ବାର ସ୍ଥାନୀୟ ଅଞ୍ଚଳର ଲୋକେ ରାଜପଥ ପ୍ରାଧୀକରଣ ଓ ପ୍ରଶାସନ ଠାରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କୈାଣସି ପଦକ୍ଷେପ ନନେବା ସହ ସଂପୃକ୍ତ ଠିକାସଂସ୍ଥା ପ୍ରତି କୈାଣସି କଟକଣା ଲଗାଉନଥିବା ଜଣାପଡିଛି । ବିଭିନ୍ନ ସମୟରେ ପିଚୁ ତରଳା ଯାଉଥିବା ବେଳେ ପ୍ଲାଣ୍ଟରୁ ନିର୍ଗତ ପ୍ରଦ୍ୟୁଷଣ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧୁଆଁମୟ କରି କଳା ବଦଲର ଭ୍ରମ ସୃଷ୍ଟି କରିଥାଏ । ଏଥିସହ ପିଚୁ ତିଆରି ପରେ ଛଡା ଯାଉଥିବା ଧୂଳି ଉଡାଯିବା ଘଟଣାରେ ଛଡ଼ା ଯାଇଥାଏ ଯାହା ଫଳରେ ସମ୍ପୂର୍ଣ ଅଞ୍ଚଳ ରେ ଅନ୍ଧକାର ହୋଇ ଧୂଳିମୟ ହୋଇ ଯାଇଥାଏ। ଠିକା ସଂସ୍ଥାର ଏଭଳି ମନମାନୀ କାର୍ଯ୍ୟ ଯୋଗୁଁ ଗୌଡ଼ପାଲି ଠାରୁ ବାବେଝୁରି ପର୍ଯ୍ଯନ୍ତ ଅଞ୍ଚଳର ପରିବେଶ ଅତ୍ଯନ୍ତ ବିଷାକ୍ତ ବାତାବରଣ ସୃଷ୍ଟି କରିଆସୁଛି । ରାସ୍ତା ନିର୍ମାଣ କାର୍ଯ୍ଯ ହେଉ, ମାତ୍ର ନିର୍ମାଣ ଜନିତ ତ୍ରୃଟି ଯୋଗୁଁ ସମଗ୍ର ଅଞ୍ଚଳର ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବା ଘଟଣାକୁ ବୁଦ୍ଧିଜୀବୀ ମହଲ ତୀବ୍ର ଭର୍ତ୍ସନା କରିବା ସହ ରାଜପଥ ପ୍ରାଧୀକରଣର ଉଚ୍ଚ କର୍ତ୍ତୃପକ୍ଷ ଏ ଦୀଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦୃଷ୍ଟି ଆକର୍ଷଣ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ