ଜିଲ୍ଲାପାଳଙ୍କ ଅଚାନକ କୋଦଳା ପରିଦର୍ଶନ
କୋଦଳା, (ଗୁଲସନ କୁମାର କର):ନଗର ଉନ୍ନୟନ ସଚିବ ଶ୍ରୀ ଜି. ମାଫି ଭାତାନାନ ଗତ ୮ ତାରିଖରେ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରିଥିଲେ l ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାଗା ମିଶନ ଓ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ସମ୍ପକରେ ସମୀକ୍ଷା କରିଥିଲେ l ମୁଖ୍ୟତଃ ସଚିବ ଜିଲ୍ଲାର ସହରାଞ୍ଚଳ ସ୍ୱଛତାକୁ ଗୁରୁତ୍ୱ ପ୍ରଦାନ, ଜିଲ୍ଲାରେ ପ୍ରତ୍ୟେକ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା କିପରି କାର୍ଯ୍ୟକାରୀ କରାଯାଇଛି ଏ ସମ୍ପର୍କରେ ସମସ୍ତ ଏନଏସି ନିର୍ବାହୀ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ l ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର କୋଦଳା ଗ୍ରସ୍ତରେ ଆସି ଏନଏସି ର କାର୍ଯ୍ୟକାରୀ ହେଉଥିବା ବର୍ଜ୍ୟ ବସ୍ତୁ ପ୍ଲାଣ୍ଟ କାର୍ଯ୍ୟର ତଦାରଖ କରିଥିଲେ l କୋଦଳା ସହରରେ ଶୁଖିଲା ଏବଂ ଓଦା ବର୍ଜ୍ୟ ବା ଅଦରକାରୀ ବସ୍ତୁକୁ କିପରି ଉତ୍ତମ ପରିଚାଳନା କରି ବ୍ୟବହାରର୍ଯ୍ୟ ଜିନିଷ କରିହେବ ତାହା ବୁଲି ଦେଖିଥିଲେ l ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଗଣ ଆଶା ପ୍ରକଟ କରିଥିଲେ