ଜିଲ୍ଲାସ୍ତରୀୟ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ସଦର ବ୍ଳକ ରାଙ୍କି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖେଳପଡିଆରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ସମୂହର କ୍ରୀଡା ମହୋତ୍ସବ ଶୁକ୍ରବାର ଦିନ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେଓ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସୌମ୍ୟସାର୍ଥକ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଜିତେନ୍ଦ୍ର ମହାକୁଡ କେନ୍ଦୁଝର ଜିଲ୍ଲାର କ୍ରୀଡାବିତ ମାନଙ୍କ ରାଜ୍ୟ ଓ ଆନ୍ତର୍ଜାତୀୟସ୍ତରରେ ସୁନାମ ରହିଛି ବୋଲି କହିଥିଲେ । କେନ୍ଦୁଝର ମଣ୍ଡଳ ଶିକ୍ଷା ମଣ୍ଡଳାଧିଶ ସଂଚିତା ବେହେରା ଖେଳାଳିମାନେ ଅଭ୍ୟାସ ଜାରି ରଖିଲେ ଖେଳକୁଦରେ ଜିଲ୍ଲାକୁ ଅଧିକ ଗୌରବାନ୍ୱିତ କରିପାରିବେ ବୋଲି ପ୍ରକାଶ କରିଥିଲେ । କେନ୍ଦୁଝର ଜିଲ୍ଲା ଶିକ୍ଷା ନୀରିକ୍ଷକ ସଞ୍ଜୟ କୁମାର ଧଳ ଛାତ୍ରଛାତ୍ରୀଙ୍କ ମାନସିକ ଏବଂ ଶାରିରୀକ ବିକାଶରେ କ୍ରୀଡା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ବର୍ତ୍ତମାନ ଅଭିଭାବକମାନେ ଶିକ୍ଷା ପ୍ରତି ଗୁରୁତ୍ୱ ଦେଉଥିବାବେଳେ ଖେଳ ପ୍ରତି ନଜର ଦେଉନାହାଁନ୍ତି । ଫଳରେ କୁନି କୁନି ଛାତ୍ରଛାତ୍ରୀ ଖେଳିବା ପାଇଁ ସମୟ ପାଉନାହାଁନ୍ତି । ପିତାମାତା ପିଲାମାନଙ୍କ ପାଠପଢା ସହ ଖେଳ ପ୍ରତି ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଦୁଇ ଦିନ ବ୍ୟାପି ଅନୁଷ୍ଠିତ କ୍ରୀଡା ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଫୁଟବଲ,ଖୋଖୋ,୧୦୦ ମିଟର ଦୌଡ,୨୦୦ମିଟର ଦୌଡ,୪୦୦ମିଟର ଦୌଡ,ଲମ୍ବ ଡିଆଁ,ଉଚ୍ଚ ଡିଆଁ,ସର୍ଟଫୁଟ୍ ଥ୍ରୋ,ଡିସକସ୍ ଥ୍ରୋ,ଜାଭେଲିନ୍ ଥ୍ରୋ,ରିଲେ ରେସ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କନିଷ୍ଠ ଏବଂ ବରିଷ୍ଠ ବର୍ଗ କରାଯାଇ ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ୫୨ ଆଶ୍ରମ ବିଦ୍ୟାଳୟ,୩୧ ଉଚ୍ଚ ବିଦ୍ୟାଳୟ ଏବଂ ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୧୨୫୦ ପ୍ରତିଯୋଗୀ ଓ ୪୦ ଜଣ କ୍ରୀଡା ଶିକ୍ଷକ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ କାଦକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ଆଇଚ,ରାଇଡିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ,ଜଗମୋହନପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣାଞ୍ଜନ ଆଚାର୍ଯ୍ୟ,ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ ଶତପଥି,ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନନ୍ଦ,ଖଜୁରୀବାଣି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସାହୁ,ମାଟକାମବେଡା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିନୋଦ ତନ୍ତୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ