ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

କୋରାପୁଟ,(ହେମନ୍ତ ପାଣଗ୍ରାହୀ):ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଉପର କୋଲାବ ପ୍ରକଳ୍ପର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ଯ୍ୟକର୍ମ ରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା , ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,ଅତିରିକ୍ତ ଜିଲ୍ଲାପାଳ ଆଲୋମଣୀ ସେଠୀ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାଳତୀ ମାଝୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀ, ଉଦ୍ୟାନ ଉପ ନିର୍ଦ୍ଦେଶକ ସୁଦାମ ଚନ୍ଦ୍ର ବିଶ୍ବାଳ, କୋରାପୁଟ କୃଷି ଜିଲ୍ଲା ଅଧିକାରୀ ହେମନ୍ତ କୁମାର ପଢ଼ିହାରୀ,ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ବାଳକୃଷ୍ଣ ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ସୁନାବେଡା ସ୍ଥିତ ଭାରତୀୟ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ଅନୁଷ୍ଠାନର ମୁଖ୍ୟ ଡ. ଆର୍.ଏସ୍. ଦେବରାଜନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ ।ଚାଷୀଙ୍କୁ ଉଚିତ ସମ୍ମାନ ମିଳିଲେ କୃଷିର ବିକାଶ ହୋଇପାରିବ ବୋଲି ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ କହିଥିଲେ। ଚାଷ ଜମିକୁ ପାଣି ମାଡୁ ନାହିଁ କିନ୍ତୁ ଜଳକର ନିଆଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ଦିର୍ଘ ୭୮ ବର୍ଷ ରାଜ୍ୟର ଶାସନ ଗାଦି ରେ ବସିଥିବା ସରକାର ଯଦି ବର୍ଷ କୁ ୧ ପ୍ରତିଶତ କୃଷକ ମାନଙ୍କ ପାଇଁ ଯଦି କାର୍ଯ୍ୟ କରିଥାନ୍ତେ ତେବେ ଆଜିର ଦିନରେ କୃଷକ ମାନଙ୍କର ୭୮ ପ୍ରତିଶତ କୃଷକ ଙ୍କ ବିକାଶ ହୋଇ ପାରିଥାନ୍ତା। କୃଷକ ମାନଙ୍କୁ ସଶକ୍ତ ଓ ଆତ୍ମ ନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ ତାଙ୍କ ଅଭିଭାଷରେ କହିଥିଲେ। ଖରିଫ ଓ ରବି ଋତୁରେ କୋଲାବ ଓ ତେଲିଙ୍ଗିରି ଜଳ କୁ ଭରସା କରି ରହୁଥିବା ତଳୁଆ ଅଞ୍ଚଳର କୃଷକମାନଙ୍କ ଜମିରେ ପାଣି ସଠିକ ଢଙ୍ଗରେ ପହଞ୍ଚି ପାରୁନାହିଁ ବୋଲି ଲକ୍ଷ୍ମୀପୂର ବିଧାୟକ ପବିତ୍ର ସାଉଁତା କହିଥିଲେ। ପୁର୍ବରୁ ଆୟୋଜିତ ରଚନା, ଡିବେଟ ଓ କୁଇଜ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ପରିଚାଳନା କରିଥିଲେ।ବୋରିଗୁମ୍ମା ଉପର କୋଲାବ ଜଳସେଚନ ବିଭାଜନ ଦ୍ବାରା ଖରିଫ ଋତୁରେ ୩୧୮୩୩ ହେକ୍ଟର ଜମିକୁ ଓ ୧୬୬୭୦ ହେକ୍ଟର ଜମିକୁ ରବି ଋତୁରେ ଜଳ ଯୋଗାଣ କରାଯାଉଛି।ଏହି ବିଭାଜନ ଅଧୀନରେ ୭୨ଗୋଟି ପାଣି ପଞ୍ଚାୟତ ପଞ୍ଜୀକୃତ ହୋଇଛି ଏବଂ ୨୫୩୫୩ ଜଣ ଚାଷୀ ସିଧାସଳଖ ଉପକୃତ ହେଉଥିବା ଜଣାପଡିଛି। ଉପର କୋଲାବ ମୁଖ୍ୟବନ୍ଧ ବିଭାଜନ କୋଲାବନଗର ଦ୍ବାରା ଖରିଫ ଋତୁରେ ୧୦୬୨୩ ହେକ୍ଟର ଜମିକୁ ଓ ୪୩୦୦ ହେକ୍ଟର ଜମିକୁ ରବି ଋତୁରେ ଜଳ ଯୋଗାଣ କରାଯାଉଛି।ଏହି ବିଭାଜନ ଅଧୀନରେ ୨୫ ଗୋଟି ପାଣି ପଞ୍ଚାୟତ ପଞ୍ଜୀକୃତ ହୋଇଛି ଏବଂ ୭୮୦୨ ଜଣ ଚାଷୀ ସିଧାସଳଖ ଉପକୃତ ହେଉଥିବା ଜଣାପଡିଛି। ଜଯପୁର କ୍ଷୁଦ୍ର ଜଳସେଚନ ବିଭାଜନ ଦ୍ବାରା ଖରିଫ ଋତୁରେ ୫୭୯୫ ହେକ୍ଟର ଜମିକୁ ଏବଂ ୭୨୦ ହେକ୍ଟର ଜମିକୁ ରବି ଋତୁରେ ଜଳସେଚନ କରାଯାଉଥିବା ଜଣାପଡିଛି। ଏହି ବିଭାଜନ ଅଧୀନରେ ୪୭ ଗୋଟି ପାଣି ପଞ୍ଚାୟତ ପଞ୍ଜୀକୃତ ହୋଇଛି ଏବଂ ୮ ହଜାର ଜଣ ଚାଷୀ ସିଧାସଳଖ ଉପକୃତ ହେଉଥିବା ଜଣାପଡିଛି। ତେଲେଙ୍ଗିରି କେନାଲ ବନ୍ଧ ଅଧୀନରେ ୯୫୫୨ ହେକ୍ଟର ଜମିକୁ ଜଳସେଚନ କରାଯାଉଛି ଏବଂ ୮୨୦୬ ଜଣ ଚାଷୀ ସିଧାସଳଖ ଉପକୃତ ହେଉଥିବା ଜଣାପଡ଼ିଛି।ଏହି ଅଧୀନରେ ୨୨ ଗୋଟି ପାଣି ପଞ୍ଚାୟତ ପଞ୍ଜିକୃତ ହୋଇଛି। କୋରାପୁଟ ଉଠା ଜଳସେଚନ ବିଭାଜନ ଦ୍ବାରା ୫୦୯୦୪ ହେକ୍ଟର ଜମିକୁ ଜଳ ଯୋଗାଣ କରାଯାଉଛି ଏବଂ ୧୬୧୫ ଗୋଟି ପାଣି ପଞ୍ଚାୟତ ପଞ୍ଜୀକୃତ ହୋଇଥିବା ଜଣାପଡିଛି।କୋରାପୁଟ ବୃହତ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ତିନୋଟି ସ୍କିମରେ ୧୭୨୮ ହେକ୍ଟର ଜମିକୁ ଜଳସେଚନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ